Below header

ସରିଲା ପଞ୍ଚଦଶ ବିଧାନସଭାର ପଞ୍ଚଦଶ ଅଧିବେଶନ, ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ୍‌

ଭୁବନେଶ୍ବର : ସରିଲା ପଞ୍ଚଦଶ ବିଧାନସଭାର ପଞ୍ଚଦଶ ଅଧିବେଶନ। ଆଜି ଗୃହୀତ ହୋଇଛି ବ୍ୟୟମଂଜୁରୀ ବିଲ୍‌ । ଶେଷ ଦିନରେ ଏକାଠି ଫଟୋ ଉଠାଇଛନ୍ତି ବିଧାନସଭାର ସମସ୍ତ ସଦସ୍ୟ । ଗୋଟିଏ ଫ୍ରେମରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ବିରୋଧୀଦଳ ନେତାଙ୍କୁ ଦେଖିବାକୁ ମିଳିଛି। ଏକାଠି ଦେଖିବାକୁ ମିଳିଥିଲା ବିଜେଡି, କଂଗ୍ରେସ, ବିଜେପିର ବିଧାୟକଙ୍କୁ । ବିଧାନସଭାର ପ୍ରଥା ଅନୁସାରେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ ବାଚସ୍ପତିଙ୍କ ସମେତ ସବୁ ବିଧାୟକ ଏକାଠି ହୋଇ ଫଟୋ ଉଠାଇଛନ୍ତି । ଆଗାମୀ ନିର୍ବାଚନରେ କିଏ ଫେରିବେ ଆଉ କିଏ ନଫେରିବେ ତାହାକୁ ନେଇ ଏବେଠାରୁ ଆରମ୍ଭ ହେଲାଣି କଳ୍ପନାଜଳ୍ପନା । ଅଧିବେଶନ ଶେଷ ପରେ ବାଚସ୍ପତି ପ୍ରଦୀପ ଅମାତ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.