ଅର୍ଚ୍ଚନା ନାଗ ମାମଲାରେ ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା

ଭୁବନେଶ୍ବର(କେନ୍ୟୁଜ୍): ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଓକିଲଙ୍କ ସହ ହାଜର ହେଲେ ଅକ୍ଷୟ ପରିଜା । ଅପରାହ୍‌ଣ ୨ଟା ସମୟରେ ଆସି ଇଡିରେ ହାଜର ହୋଇଥିଲେ। କିଛି ସମୟ ଗାଡିରେ ବସିବା ପରେ ଓହ୍ଲାଇ ଇଡି କାର୍ଯ୍ୟାଳୟକୁ ଯାଇଥିଲେ । ଗଣମାଧ୍ୟମ ପ୍ରତିନିଧିମାନେ ଅନେକ ପ୍ରଶ୍ନ କରିଥିଲେ ମଧ୍ୟ ସେସବୁକୁ ଏଡାଇ ଯାଇଥିଲେ ଅକ୍ଷୟ ପରିଜା ।

ସୂଚନାନୁସାରେ ବ୍ଲାକମେଲିଂ ଅଭିଯୋଗରେ ଅର୍ଚ୍ଚନା ଓ ପୀଡିତାଙ୍କୁ ନେଇ ଇଡିରେ ତଥ୍ୟ ଦେଉଛନ୍ତି । ଇଡିରେ ହାଜର ହୋଇ ତଥ୍ୟ ରଖିବାକୁ ସମନ କରାଯାଇଥିଲା । ଅକ୍ଷୟ ପରିଜା, ଖଗେଶ୍ୱର ଓ ଅମୀୟଙ୍କୁ ମୁହାଁମୁହିଁ ଜେରା କରାଯାଉଛି। ମୁହାଁମୁହିଁ ଜେରା କରୁଛନ୍ତି ଇଡି ଅଧିକାରୀ । ଖଗେଶ୍ୱରକୁ ପୁଣି ୩ ଦିନିଆ ରିମାଣ୍ଡରେ ନେଇଛି ଇଡି। ଜଗବନ୍ଧୁ -ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.