ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ସମେଟିଭ୍‌ ଆସେସମେଣ୍ଟ ପରୀକ୍ଷା-୧

କଟକ(କେନ୍ୟୁଜ୍): ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ସମେଟିଭ୍‌ ଆସେସମେଣ୍ଟ ପରୀକ୍ଷା-୧ । ରାଜ୍ୟର ସମସ୍ତ ହାଇସ୍କୁଲରୁ ୫ଲକ୍ଷ ୪୨ ହଜାର ୮୦୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷା ପାଇଁ ୩୧୬ଟି ନୋଡାଲ ସେଣ୍ଟର ହୋଇଥିବାବେଳେ ପୋଲିସ ଷ୍ଟେସନରେ ୨୨ଟି ସେଣ୍ଟର କରାଯାଇଛି।

କନ୍ଧମାଳରେ ୭ଟି, କୋରାପୁଟରେ ୫ଟି ଓ ମାଲକାନଗିରିରେ ୧୦ଟି ପୋଲିସ ଷ୍ଟେସନରେ ନୋଡାଲ ସେଣ୍ଟର କରାଯାଇଛି। କପି ରୋକିବା ପାଇଁ ବିଭିନ୍ନ ସ୍ତରରେ ସ୍କ୍ଵାର୍ଡ କରାଯାଇଛି। ୭୪ଟି ଫ୍ଲାଇଂ ସ୍କ୍ଵାର୍ଡ ଓ ୩୬ଟି ସ୍ପେଶାଲ ସ୍କ୍ଵାର୍ଡ କରାଯାଇଥିବା ବେଳେ ଜିଲ୍ଲାସ୍ତରରେ ମଧ୍ୟ ସ୍କ୍ଵାର୍ଡ କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.