Below header

ମାସ୍କ ନ ପିନ୍ଧିଲେ ୨ ହଜାର ଟଙ୍କା ଜରିମାନା, ତୃତୀୟ ଥର ମାସ୍କ ନ ପିନ୍ଧି ଧରା ପଡ଼ିଲେ କେତେ ଫାଇନ ନଜର ପକାନ୍ତୁ

କେନ୍ୟୁଜ୍(ବ୍ୟୁରୋ): ମାସ୍କ ନ ପିନ୍ଧିଲେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ପୂର୍ବରୁ ଏହା ଏକ  ହଜାର ଟଙ୍କା ଥିଲା। ବର୍ତ୍ତମାନ ଏହାକୁ ଦିଗୁଣା ବଢାଯାଇଛି। ପ୍ରଥମ ଓ ଦ୍ୱିତୀୟ ଥର ନିୟମ ଉଲ୍ଲଂଘନ କଲେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ଯଦି ତୃତୀୟ ଥର ମାସ୍କ ନ ପିନ୍ଧି ଧରା ପଡନ୍ତି ତେବେ ୫ ହଜାର ଟଙ୍କା ଜିରମାନା ଦେବାକୁ ପଡିବ ।

ଅନ୍ୟପଟେ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନା ବିରୋଧରେ ମାସ୍କ ରକ୍ଷା କବଚ । ସମସ୍ତେ ଠିକରେ ମାସ୍କ ପିନ୍ଧିବା । କରୋନା ବିରୋଧୀ ଲଢ଼େଇରେ ମାସ୍କ ଅଭିଯାନ ପାଇଁ ଏଭଳି ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠାରୁ ୧୪ ଦିନ ପାଇଁ ଆରମ୍ଭ ହୋଇଛି ମାସ୍କ ଅଭିଯାନ । ଠିକରେ ମାସ୍କ ପିନ୍ଧିବା ନେଇ ଆଜିଠାରୁ ସଂକଳ୍ପ ନେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ବିନା ମାସ୍କରେ ଘରୁ ନବାହାରିବାକୁ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି । ଏଥିପାଇଁ ମାଆମାନଙ୍କୁ ଅପିଲ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ବାହାରେ ଜଗିଛନ୍ତି ।

ମାଆମାନେ ଘରେ ଜଗନ୍ତୁ । ଅମାନିଆ ହେଲେ ଜରିମାନା ଗଣିବେ । ମାସ୍କ ଠିକରେ ନପିନ୍ଧି ଘରୁ ବାହାରିଲେ ଆଦାୟ ହେବ ଜରିମାନା । ଦୁଇ ଗୁଣା ଫାଇନ୍‌ ଦେବେ । ଏଥିପାଇଁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ଚେନରେ ବ୍ରେକ ଲଗାଇବା ପାଇଁ ମାସ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କବଚ । ଟିକା ନେଇଥିଲେ କିମ୍ବା ନ ନେଇଥିଲେ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ । ତାହେଲେ ବିନା ଲକଡାଉନରେ କରୋନାକୁ ରୋକି ପାରିବା । ରାଜ୍ୟବାସୀଙ୍କ ସହଯୋଗରେ ମହାମାରୀ ବିରୋଧୀ ଯୁଦ୍ଧରେ ବିଜୟୀ ହେବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.