ପୁରୀ ଏସସିଏସ ମହାବିଦ୍ୟାଳୟରେ ଅଗ୍ନିକାଣ୍ଡ

ପୁଣି ପୁରୀରେ ଅଗ୍ନିକାଣ୍ଡ। ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଘଟିଛି ଅଗ୍ନିକାଣ୍ଡ। ମହାବିଦ୍ୟାଳୟ ପରିସରରେ ଥିବା ଇକୋନୋମିକ୍ସ ଡିପାର୍ଟମେଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଖବର ପାଇ ସେଠାରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି।

ପୁରୀ : ପୁଣି ପୁରୀରେ ଅଗ୍ନିକାଣ୍ଡ। ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଘଟିଛି ଅଗ୍ନିକାଣ୍ଡ। ମହାବିଦ୍ୟାଳୟ ପରିସରରେ ଥିବା ଇକୋନୋମିକ୍ସ ଡିପାର୍ଟମେଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଖବର ପାଇ ସେଠାରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି।

ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଅଫିସ୍ ଭିତରେ ଥିବା କିଛି ଜରୁରୀ ଡକ୍ୟୁମେଣ୍ଟ ଅଗ୍ନିକାଣ୍ଡରେ ଜଳି ଯାଇଛି। ଆଜି ସନ୍ଧ୍ୟାରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଅଗ୍ନିକାଣ୍ଡ ରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.