ବ୍ରହ୍ମପୁରର ଲଜ୍ ବାଲାଜୀରେ ଅଗ୍ନିକାଣ୍ଡ: ୪ଟି ବାଇକ୍ ସହ ଜଳିଗଲା ଗୋଟେ ସାଇକେଲ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ସହର ଗେଟ ବଜ଼ାର ଅନ୍ତର୍ଗତ ଲଜ୍ ବାଲାଜୀରେ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଲଜ୍ ର ଆଗ ଗେଟର ଭିତର ଭାଗରେ ଘଟିଥିଲା ଅଗ୍ନିକାଣ୍ଡ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ନିୟନ୍ତ୍ରଣ କରିଥିଲେ । ଲଜ୍ ଭିତରେ ଥିବା ଲୋକେ ସୁରକ୍ଷିତ ଭାବେ ବାହାରକୁ ଆସିବାରେ ସକ୍ଷମ ହେଇଥିଲେ । ତେବେ ଲଜ୍ ପରିସରରେ ଥିବା ୪ ବାଇକ୍ ଓ ଗୋଟିଏ ସାଇକେଲ ଜଳିଯାଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.