ରୋଗଠୁ ବଳିଗଲା ଟିକେଟ ଯନ୍ତ୍ରଣା: ଥଣ୍ଡା କାକରରେ ପଡ଼ି ଭୁବନେଶ୍ୱର ଏମ୍‌ସ ମୁଖ୍ୟ ଫାଟକ ଆଗରେ ରାତି କାଟୁଛନ୍ତି ରୋଗୀ

ଭୁବନେଶ୍ୱର(କେନ୍ୟୁଜ୍): ରୋଗଠୁ ବଳିଗଲା ଟିକେଟ ଯନ୍ତ୍ରଣା । ରାତି ହେଲେ ଏମ୍ସ ମୁଖ୍ୟ ଫାଟକରେ ପଡୁଛି ତାଲା । ଟିକେଟ ଖଣ୍ଡେ ପାଇବା ପାଇଁ ଶୀତ କାକରରେ ବାହାରେ ପଡି ରହୁଛନ୍ତି ରୋଗୀ ଓ ସମ୍ପର୍କୀୟ। ରାତିରୁ ଧାଡି ନଲଗେଇଲେ ଟିକେଟ ଖଣ୍ଡେ ମିଳୁନି । ଭୁବନେଶ୍ୱର ଏମ୍ସ ହସପିଟାଲରେ ରୋଗୀ କି ସମ୍ପର୍କୀୟଙ୍କ ପାଇଁ ନାହିଁ ରାତି ଆଶ୍ରୟସ୍ଥଳୀ । ଫଳରେ ହନ୍ତସନ୍ତ ହେଉଛନ୍ତି ଲୋକ । ପାଖରେ ଭଲ ହୋଟେଲ ମଧ୍ୟ ନାହିଁ । ବାଧ୍ୟ ହୋଇ ଲୋକ ଫୁଟପାଥରେ ପାଲଜରି ଟାଣି ରାତି ବିତାଉଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.