Below header

ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ସ୍ଥିତ କେଶରୀ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ୮ଟି ଦୋକାନ ସମ୍ପୂର୍ଣ୍ଣ ଛାରଖାର

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ସ୍ଥିତ କେଶରୀ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ । ୮ଟି ଦୋକାନ ସମ୍ପୂର୍ଣ୍ଣ ଛାରଖାର । ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଛି। ଅଗ୍ନିକାଣ୍ଡ ବେଳେ ମଲ୍‌ ବନ୍ଦ ଥିବାରୁ କୌଣସି ଗ୍ରାହକ, ଦୋକାନ ମାଲିକ ଓ କର୍ମଚାରୀ ନଥିଲେ ।

୩ଟି ଦମକଳ ଗାଡି ପହଂଚି ନିଆଁକୁ ଆୟତ୍ତ କରିଥିଲେ । ଘଣ୍ଟାଏ କାଳ ମଲ୍‌ ଧୂଆଁ ମୟ ହୋଇଯାଇଥିଲା । ରାତି ପ୍ରାୟ ସାଢେ ୧୦ଟା ବେଳେ ମଲ୍‌ର ପ୍ରଥମ ମହଲାରେ ଥିବା ଏକ ଡ୍ରେସ୍‌ ଦୋକରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖାଯାଇଥିଲା ।

ସେହି ରାସ୍ତା ଦେଇ ଯାଉଥିବା ଲୋକ ପୋଲିସ ଓ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ତୁରନ୍ତ ଅଗ୍ନିଶମବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.