ହୁତୁହୁତୁ ହୋଇ ଜଳିଗଲା ଇଲେକ୍ଟ୍ରି ଯାନ ସୋ’ରୁମ୍‌, ପୋଡ଼ିଗଲା ୧୫ ଟି ବାଇକ୍

କଟକ ଯୋବ୍ରା ଅଞ୍ଚଳରେ ଥିବା ଏହି ବାଇକ୍ ସୋରୁମରେ ଅଗ୍ନିକାଣ୍ଡ । ଗତକାଲି ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଥିଲା। ହୁତୁହୁତ ହୋଇ ଜଳି ଉଠିଥିବା ନିଆଁରେ ୧୫ ଟି ଇଲେକ୍ଟ୍ରି ଯାନ ପୋଡ଼ି ଯାଇଥିବା ସୂଚନା ମିଳିଛି।

କଟକ (କେନ୍ୟୁଜ): କଟକ ଯୋବ୍ରା ଅଞ୍ଚଳରେ ଥିବା ଏହି ବାଇକ୍ ସୋରୁମରେ ଅଗ୍ନିକାଣ୍ଡ । ଗତକାଲି ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଥିଲା। ହୁତୁହୁତ ହୋଇ ଜଳି ଉଠିଥିବା ନିଆଁରେ ୧୫ ଟି ଇଲେକ୍ଟ୍ରି ଯାନ ପୋଡ଼ି ଯାଇଥିବା ସୂଚନା ମିଳିଛି। ତେବେ ନିଆଁକୁ ଆୟତ୍ତ କରିବାକୁ ୪ଟି ଅଗ୍ନିଶମ ଗାଡ଼ିରେ ନିୟୋଜିତ ଆଗ୍ନିକମାନେ ଉଦ୍ୟମ କରିଥିଲେ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ସମୟରେ କଟକ ଯୋବ୍ରା ତାଳଦଣ୍ଡା କେନାଲ ରୋଡରେ ଥିବା ଏକ ଇଲେକ୍ଟ୍ରି ବାଇକ୍ ସୋ’ରୁମରେ ଅଗ୍ନିକାଣ୍ଡ ହୋଇଥିଲା। ନିଆଁ ଲାଗିଥିବା ଜାଣିବାକୁ ପାଇ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ। ଏହାପରେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁଲିଭା କାର୍ଯ୍ୟରେ ୫ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ। ତେବେ ଏହି ପାଖାପାଖି ୧୫ ଟି ଇଲେକ୍ଟ୍ରି ବାଇକ୍ ସହ ଅନ୍ୟ ଅସବାପତ୍ର ପୋଡ଼ି ନଷ୍ଟ ହୋଇଯାଇଥିଲା। କେଉଁ କାରଣରୁ ନିଆଁ ଲାଗିଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନଥିବା ବେଳେ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ଫାୟାର ଅଫିସର୍।‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.