ଆଠମଲ୍ଲିକ ଯଦୁପୁର ଗାଁରେ ଜଙ୍ଗଲ ନିଆଁରୁ ଭୟାବହ ଅଗ୍ନିକାଣ୍ଡ, ୩ଟି ପରିବାରର ୬ ବଖରା ଘର ପୋଡି ପାଉଁଶ

ଆଠମଲ୍ଲିକ : ଜଙ୍ଗଲ ନିଆଁରୁ ଜଳିଗଲା ଘର । ଆଠମଲ୍ଲିକ ବ୍ଲକ ନଅଗାଁ ପଞ୍ଚାୟତ ଯଦୁପୁର ଗାଁରେ ନିଆଁରେ ପୋଡି ୩ଟି ପରିବାରର ୬ ବଖରା ଘର ପାଉଁଶ ହୋଇଯାଇଛି । ଗ୍ରାମ ନିକଟ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ପବନରୁ ନିଆଁ ଝୁଲ ଉଡି ବସ୍ତିକୁ ନିଆଁ ବ୍ୟାପି ଦୁଇଟି ପୃଥକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଉଭୟ ସ୍ଥାନରେ ନିଆଁକୁ ଆୟତ୍ତ କରିଥିଲା ।

ଅଗ୍ନିକାଣ୍ଡରେ ୩ଟି ପରିବାରର ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୮୦ ହଜାର ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି । ତହସିଲ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ପଲିଥିନ୍‌ ଯୋଗାଇ ଦିଆଯାଇଥିବା ବେଳେ ସମାଜସେବୀ ଅର୍ଜୁନ ସାହୁ ଗ୍ରାମରେ ପହଞ୍ଚି ବିପନ୍ନଙ୍କୁ ରିଲିଫ ପ୍ରଦାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.