ସୁବର୍ଣ୍ଣପୁର: ଟାୟାର ବ୍ଲାଷ୍ଟ ହେବାପରେ ଚଳନ୍ତା ହାଇୱାରେ ଲାଗିଲା ନିଆଁ, ଗାଡିରୁ ଡେଇଁ ଜୀବନ ବଞ୍ଚାଇଲେ ଡ୍ରାଇଭର

ସୁବର୍ଣ୍ଣପୁର: ଚଳନ୍ତା ହାଇୱାରେ ଲାଗିଲା ନିଆଁ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳା ଛକ ସରସ୍ୱତୀ ଶିଶୁ ମନ୍ଦିର ରାସ୍ତାରେ ଏକ ହାଇୱା ଯାଉଥିବାବେଳେ ହତାଠ୍‌ ନିଆଁ ଲାଗିଯାଇଥିଲା। ତେବେ ଡ୍ରାଇଭର ଜଣକ ନିଆଁ ଲାଗିବା ଦେଖି ଗାଡିରୁ ଡେଇଁ ପଡିବା ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଗାଡିରେ ଗେଟି ବୋଝେଇ ହୋଇ ସମ୍ବଲପୁରରୁ ବୀରମହାରାଜପୁର ଯାଉଥିବାବେଳେ ଅଚାନକ ଟାୟାରଟି ବ୍ଲାଷ୍ଟ ହୋଇ ନିଆଁ ଯାଇଥିଲା। ଖବର ପାଇ ସୁବର୍ଣ୍ଣପୁର ଜିଲ୍ଲା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ଧର୍ମଶାଳା ଫାଣ୍ଡି ଅଧିକାରୀ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.