ବାର୍ଡ ଫ୍ଲୁ: ବାରାଣସୀରେ ବିଦେଶୀ ପକ୍ଷୀଙ୍କୁ ଦାନା ଖୁଆଇ ଫସିଲେ ଶିଖର ଧଓ୍ଵନ, ହୋଇପାରେ କଡ଼ା କାର୍ଯ୍ୟାନୁଷ୍ଠାନ

ଟିମ୍‌ ଇଣ୍ଡିଆର ପ୍ରମୁଖ ବ୍ୟାଟ୍ସମ୍ୟାନ ଶିଖର ଧଓ୍ଵନ ଗତ ଶନିବାର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ କରିଥିଲେ, ଯାହାକି ତାଙ୍କ ପାଇଁ ଏକ ସମସ୍ୟା ସୃଷ୍ଟି କରିଛି। ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବା ଏହି ଫଟୋଟି ବାରାଣସୀର। ଏଥିରେ ଦେଖିବାକୁ ମିଳୁଛି କି, ଶିଖର ଧଓ୍ଵନ ଗଙ୍ଗା ନଦୀରେ ନୌକା ବିହାର କରୁଥିବା ବେଳେ ବିଦେଶୀ ପକ୍ଷୀମାନଙ୍କୁ ଦାନା ଖୁଆଉଛନ୍ତି। ହେଲେ ସେପଟେ ଜିଲା ପ୍ରଶାସନ ବାର୍ଡ ଫ୍ଲୁକୁ ନଜରରେ ରଖି ଏମିତି କରିବା ଉପରେ ପ୍ରତିବନ୍ଧକ ଲଗାଇଛି।

ବାରାଣସୀର ଜିଲା ଅଧିକାରୀ କୌଶଲ ରାଜ ଶର୍ମାଙ୍କ କହିବା ଅନୁଯାୟୀ, ଶିଖର ଧଓ୍ଵନଙ୍କ ଛଡ଼ା ଯେଉଁ ନାବିକ ତାଙ୍କ ସହିତ ଥିଲେ, ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ବର୍ତ୍ତମାନ ଯାଞ୍ଚ ପରେ ହିଁ ପ୍ରଶାସନ କୌଣସି ବିହିତ ପଦକ୍ଷେପ ଗ୍ରହଣ କରିବ। ନିଜ ବାରାଣସୀ ଯାତ୍ରା ସମୟରେ ଶିଖର ଧଓ୍ଵନ ଗଙ୍ଗା ଆଳତିରେ ସାମିଲ ହେବା ସହିତ ବାବା ବିଶ୍ୱନାଥଙ୍କୁ ଦର୍ଶନ କରି ମଥାରେ ଚନ୍ଦନ ଲଗାଇଥିଲେ। ଏହାର ଭିଡିଓ ମଧ୍ୟ ସେ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି।

 

View this post on Instagram

 

A post shared by Shikhar Dhawan (@shikhardofficial)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.