ମୟୂରଭଞ୍ଜ: ପତଞ୍ଜଳି ସାମଗ୍ରୀ ଗୋଦାମରେ ନିଆଁ, ଆଖି ପିଛୁଳାକେ ନଷ୍ଟ ହୋଇଗଲା ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ମୟୂରଭଞ୍ଜ (କେ ନ୍ଯୁଜ) : ଭୟାବହ ଅଗ୍ନିକାଣ୍ଡ । ଆଖି ପିଛୁଳାକେ ନଷ୍ଟ ହୋଇଗଲା ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି । ମୟୂରଭଞ୍ଜ ଉଦଳା ଥାନା NAC ୩ନମ୍ବର ଓ୍ଵାର୍ଡରେ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ୩ନମ୍ବର ଓ୍ଵାର୍ଡର ପତଞ୍ଜଳି ସାମଗ୍ରୀ ଗୋଦାମରେ ନିଆଁ ଲାଗିଥିଲା । ଗୋଦାମରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଉଦଳା ଅଗ୍ନିଶମ ବାହୀନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.