Below header

ନୂଆପଡା ଖଡିଆଳକୁ ୧୬ରୁ ୨୧ ପର୍ଯ୍ୟନ୍ତ ସଟଡାଉନ ଘୋଷଣା, ବଣିକ ସଂଘ ନେଲା ନିଷ୍ପତ୍ତି

ନୂଆପଡା (କେନ୍ଯୁଜ ବ୍ଯୁରୋ) : ନୂଆପଡାରେ ଦିନକୁ ଦିନ ବଢୁଛି ସଂକ୍ରମଣ । ବର୍ତ୍ତମାନ ଜିଲ୍ଲାରେ ୧୧ଶହ ଆକ୍ଟିଭ୍‌ କେସ୍‌ ରହିଛି । ଜିଲ୍ଲାରେ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ ଛତିଶଗଡ ସୀମାନ୍ତ ଖଡିଆଳ ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ୧୬ରୁ ୨୧ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । ବଣିକ ସଂଘ ପକ୍ଷରୁ ଖଡିଆଳ ସହରକୁ ୯ଦିନ ସଟଡାଉନ କରାଯାଇଛି ।

ସଟଡାଉନ ବେଳେ ସ୍ଥାନୀୟ ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଅନ୍ୟପଟେ ରାଜ୍ୟେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଛତିଶଗଡ ସୀମାନ୍ତର ୧୦ଟି ଜିଲ୍ଲାରେ ସାପ୍ତାହିକ ସଟଡାଉନ ଜାରି ରହିବ । ନିୟମ ଉଲଂଘନ କଲେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୂଆପଡା ଜିଲ୍ଲାପାଳ ଓ ଏସପି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.