ବ୍ରହ୍ମପୁର ମାକ୍ସ ମାର୍ଟ ସପିଂ ମଲରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ, ମଲରେ ନଥିଲା ଅଗ୍ନି ନିରାପତ୍ତା ବ୍ୟବସ୍ଥା

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ସହରର ଟ୍ରେକର ଷ୍ଟାଣ୍ଡ ନିକଟ ଖଲାସି ସାହିରେ ଥିବା ମାକ୍ସ ମାର୍ଟ ନାମକ ଏକ ସପିଂ ମଲରେ ଆଜି ସଂଧ୍ୟାରେ ଅଗ୍ନିକାଣ୍ଡ ହୋଇଛି । ମଲର ଦ୍ୱିତୀୟ ମହଲାରେ କୌଣସି କାରଣ ବଶତଃ ନିଆଁ ଲାଗି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାରେ ଖେଳ ସାମଗ୍ରୀ , ଘର କରଣା ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଆଜି ସଂଧ୍ୟାରେ ମଲ ଖୋଲା ଥିବା ସମୟରେ ହଠାତ୍ ନିଆଁ ଲାଗି ଧୂଆଁ ବାହାରୁଥିବା ମଲର କର୍ମଚାରୀ ମାନେ ଦେଖିବାକୁ ପାଇଥିଲେ । ଏନେଇ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିବା ବେଳେ ଅଗ୍ନିଶମ ବିଭାଗର କର୍ମଚାରୀ ମାନ ପହଞ୍ଚି ପ୍ରାୟ ଏକ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ । ତେବେ ସପିଂ ମଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ପ୍ରସ୍ଥାନ ପାଇ କୌଣସି ରାସ୍ତା ନଥିଲା । ଯାହା ଫଳରେ ନିଆଁ ଲାଗି ଥିବା ଧୂଆଁ ସପିଂ ମଲ ଭିତରେ ରହିଯାଇଥିଲା ।

fire in shoping amll 2fire in shoping amll 2

ଏଥିପାଇଁ ଅଗ୍ନିଶମ କର୍ମଚାରୀ ମାନଙ୍କୁ ନିଆଁ ଲିଭାଇବା ପାଇଁ ନାହିଁ ନଥିବା ଅସୁବିଧା କରିବାକୁ ପଡିଥିଲା । ସେପଟେ ଏହି ଅଗ୍ନିକାଣ୍ଡ ସର୍ଟ ସାର୍କିଟ ଯୋଗୁଁ ହୋଇଥିବା ଅଗ୍ନିଶମ ବିଭାଗ ସନ୍ଦେହ କରୁଥିବା ବେଳେ କେତେ ଟଙ୍କାର ଜିନିଷ ନଷ୍ଟ ହୋଇଛି ତାହା ଆକଳନ ହୋଇନାହିଁ । ତଦନ୍ତ ପରେ ଅଗ୍ନିକାଣ୍ଡର କାରଣ ନଷ୍ଟ ହୋଇଥିବା ସମ୍ପତ୍ତି ଆକଳନ କରାଯିବ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି । ଏହା ସହ ଅଗ୍ନିକାଣ୍ଡ ହୋଇଥିବା ସପିଂ ମଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ବେଳେ ଅଗ୍ନିଶମ ବିଭାଗର ନିରାପତ୍ତା ପାଇଁ କୌଣସି ଅନୁମତି ନିଆଯାଇନଥିବା ଜଣାପଡିଛି । ଏନେଇ ତଦନ୍ତ କରି ସଂପୃକ୍ତ ସଂପି ମଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.