ଦିଲ୍ଲୀ ମୁଣ୍ଡ୍‌କା ଅଗ୍ନିକାଣ୍ଡ ପରେ ସଜାଗ୍ ଓଡ଼ିଶା ଅଗ୍ନିଶମ ବିଭାଗ:ରାଜ୍ୟରେ ଅଗ୍ନି ନିରାପତ୍ତାର କଡ଼ାକଡ଼ି ଯାଞ୍ଚ

କେନ୍ୟୁଜ୍(ବ୍ୟୁରୋ):  ଦିଲ୍ଲୀ ମୁଣ୍ଡ୍‌କା ଅଗ୍ନିକାଣ୍ଡ ପରେ ଆଲର୍ଟରେ ଓଡ଼ିଶା ଅଗ୍ନିଶମ ବିଭାଗ । ରାଜ୍ୟରେ ସବୁ ସରକାରୀ, ବେସରକାରୀ ଅଫିସ, ଶିକ୍ଷାନୁଷ୍ଠାନ, ସିନେମା ହଲ୍‌, ମଲ୍ଟିପ୍ଲେକ୍ସ ଓ କ୍ଲିନିକରେ ଅଗ୍ନି ନିରାପତ୍ତା ଅଡିଟ ପାଇଁ ଅଗ୍ନିଶମ ଡିଜି ଏସ.କେ ଉପାଧ୍ୟାୟ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଆଜି କଟକରେ ଘରୋଇ ହସ୍‌ପିଟାଲରେ ଅଗ୍ନିଶମ ବିଭାଗ ପକ୍ଷରୁ ଫାୟାର ସେଫ୍‌ଟି ଅଡିଟ୍‌ କରାଯାଇଛି। ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‌ ଭାବେ କାମ କରୁଛି କି ନାହିଁ ତା’ର ଯାଞ୍ଚ ହୋଇଛି। ଏଥିପାଇଁ ସବୁ ଜିଲ୍ଲାର ସହକାରୀ ଫାୟାର ଅଫିସର, ସର୍କଲର ଡେପୁଟି ଫାୟାର ଅଫିସର ଓ ରେଞ୍ଜ ଫାୟାର ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ପରେ ଓଡ଼ିଶା ଅଗ୍ନିଶମ ନିରାପତ୍ତା ନିୟମ-୨୦୧୭ ଗାଇଡଲାଇନର କଡ଼ାକ଼ଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ । ବିଭିନ୍ନ ସଂସ୍ଥାଙ୍କର ଫାୟାର ସେଫ୍‌ଟି ପ୍ରମାଣପତ୍ର ରହିଛି କି ନାହିଁ ତାକୁ ଅଗ୍ନିଶମ ବିଭାଗର କ୍ଷେତ୍ରାଧିକାରୀମାନେ ଯାଞ୍ଚ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.