୭୩ ବର୍ଷରେ ପ୍ରଥମ ଥର ଥୋମାସ୍ କପ୍ ହାତେଇଲା ଭାରତ; ଇଣ୍ଡୋନେସିଆକୁ ୩-୦ରେ ହରାଇ ରଚିଲା ଇତିହାସ

ଭାରତୀୟ ବ୍ୟାଡ୍ମିଣ୍ଟନ ପାଇଁ ଆଜିର ଦିନ ଏକ ଐତିହାସିକ ଦିନ। କାରଣ, ଆଜି ଟିମ୍ ଇଣ୍ଡିଆ ଯାହା କରି ଦେଖାଇଛି, ତାହା ପୂର୍ବରୁ କେବେ ହୋଇ ନ ଥିଲା। ଭାରତୀୟ ପୁରୁଷ ବ୍ୟାଡ୍ମିଣ୍ଟନ ଟିମ୍ ୭୩ ବର୍ଷରେ ପ୍ରଥମ ଥର ଥୋମାସ୍ କପ୍ ଜିତିଛି। ଟିମ୍ ଫାଇନାଲରେ ୧୪ ଥରର ଚାମ୍ପିୟନ ଇଣ୍ଡୋନେସିଆକୁ ୩-୦ରେ ହରାଇ ଏହି ଐତିହାସକ ବିଜୟ ହାସଲ କରିଛି ଏବଂ ବିଶ୍ୱ ଇତିହାସରେ ନିଜ ନାମକୁ ଲିପିବଦ୍ଧ କରିଛି।
ଭାରତର ତରଫରୁ ଲକ୍ଷ୍ୟ ସେନ ଓ ସାତ୍ତ୍ୱିକ୍ସାଇରାଜ ରଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟୀ ଓ କିଦାମ୍ବି ଶ୍ରୀକାନ୍ତିଙ୍କ ଯୋଡ଼ି ମ୍ୟାଚ୍କୁ ଜିତାଇ ଭାରତକୁ ଚାମ୍ପିୟନ କରିଥିଲା। ଭାରତ ଥୋମାସ୍ କପ୍ ଜିତିବାରେ ବିଶ୍ୱର ୬ଷ୍ଠ ଦେଶ ହୋଇଛି। ଏହା ପୂର୍ବରୁ କେବଳ ୫ଟି ଦେଶ ଏହି ପ୍ରତିଷ୍ଠିତ ଟୁର୍ନାମେଣ୍ଟର ଟାଇଟଲ୍ ଜିତିଥିଲେ।
ଭାରତ ୧୯୭୯ ମସିହା ପରଠାରୁ କେବେ ବି ଥୋମାସ୍ କପ୍ର ସେମିଫାଇନାଲରୁ ଆଗକୁ ବଢ଼ି ପାରି ନ ଥିଲା। କିନ୍ତୁ ଏଥର ଭାରତୀୟ ଖେଳାଳିମାନେ ସେମିଫାଇନାଲରୁ ଆଗକୁ ବଢ଼ିଥିଲେ ଏବଂ ଭାରତ ସେମିଫାଇନାଲରେ ଡେନ୍ମାର୍କକୁ ହରାଇ ଫାଇନାଲରେ ଜାଗା ସୃଷ୍ଟି କରିଥିଲା। ଡେନମାର୍କ ୨୦୧୬ରେ ଏହି ଟୁର୍ନାମେଣ୍ଟ ଜିତିଥିଲା।
ସେପଟେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଐତିହାସିକ ବିଜୟରେ ଟ୍ଵିଟ୍ କରି ଭାରତୀୟ ବ୍ୟାଡ୍ମିଣ୍ଟନ ଟିମ୍କୁ ଶୁଭକାମନା ଜଣାଇଛନ୍ତି। ମୋଦି ଟ୍ଵିଟ୍ରେ ଲେଖିଛନ୍ତି, ‘ଭାରତୀୟ ବ୍ୟାଡ୍ମିଣ୍ଟନ ଇତିହାସ ରଚି ଦେଇଛି। ପୂରା ଦେଶ ଟିମ୍ ଇଣ୍ଡିଆର ଥୋମାସ୍ କପ୍ ଜିତିବାରେ ଖୁସି ଅଛି। ଆମର ପୂରା ଟିମ୍କୁ ଧନ୍ୟବାଦ ଏବଂ ଭବିଷ୍ୟତ ପାଇଁ ଶୁଭକାମନା। ଏହି ବିଜୟ ଅନେକ ଭବିଷ୍ୟତର ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରିବ’। କହି ରଖୁଛୁ, ଭାରତ ସରକାର ଥୋମାସ୍ କପ୍ ୨୦୨୨ ଟାଇଟଲ୍ ଜିତିଥିବା ଭାରତୀୟ ପୁରୁଷ ବ୍ୟାଡ୍ମିଣ୍ଟନ ଟିମ୍କୁ ୧ କୋଟି ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି।
Congratulations to India. 🇮🇳🇮🇳
What a historic victory!! 👏👏#ThomasUberCups #Bangkok2022
📸 @badmintonphoto pic.twitter.com/FdAupHKH1g
— BWF (@bwfmedia) May 15, 2022
The Indian badminton team has scripted history! The entire nation is elated by India winning the Thomas Cup! Congratulations to our accomplished team and best wishes to them for their future endeavours. This win will motivate so many upcoming sportspersons.
— Narendra Modi (@narendramodi) May 15, 2022