କଟକ SCBରେ ଆରମ୍ଭ ହେଲା ଇକମୋ ଚିକିତ୍ସା,ପ୍ରଥମ ରୋଗୀ ଭାବେ ନିଶ୍ଚିନ୍ତକୋଇଲିର ଅନ୍ନପୂର୍ଣ୍ଣା ନାୟକଙ୍କୁ ଦିଆଯାଉଛି ଚିକିତ୍ସା

କଟକ(କେନ୍ୟୁଜ୍): କଟକ SCBରେ ଆରମ୍ଭ ହେଲା ଇକମୋ ଚିକିତ୍ସା। ପ୍ରଥମ ରୋଗୀ ଭାବେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର ଅନ୍ନପୂର୍ଣ୍ଣା ନାୟକଙ୍କୁ ଏକ୍‌ମୋ ଚିକିତ୍ସା କରାଯାଇଛି। ସେ କୋଭିଡ୍‌ରେ ଆକ୍ରାନ୍ତ ଥିଲେ। ତାଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ରହିଛି। ତେଣୁ ତାଙ୍କୁ ଏକମୋ ଚିକିତ୍ସାର ଆବଶ୍ୟକ ପଡିଥିଲା। ଗତକାଲି ରାତି ୧୨ଟାରେ ଆରମ୍ଭ ହୋଇଛି ଚିକିତ୍ସା।

୧୦ ଜଣିଆ ଟିମ୍‌ ପକ୍ଷରୁ ଇକମୋ ସେବା ଆରମ୍ଭ ହୋଇଛି। ଏଥିରେ ସହାୟତା ଦେଉଛନ୍ତି କୋଲକତାର ୩ଜଣିଆ ଡାକ୍ତରୀ ଟିମ୍‌। କୋଲକତା ଟିମ୍‌ରେ ଅଛନ୍ତି ମେଡିକା ହସ୍‌ପିଟାଲର ଡାକ୍ତରୀ ଟିମ୍‌। ଗତ ୨୭ତାରିଖରେ ମୁଖ୍ୟମନ୍ତ୍ରୀ ଇକମୋ ଚିକିତ୍ସାର ଶୁଭାରମ୍ଭ କରିଥିଲେ । ଏହା ଦେଶର ସର୍ବବୃହତ୍ତ ଏକ୍‌ମୋ ୟୁନିଟ୍‌। ଏସ୍‌ସିବି ମେଡିକାଲର କାର୍ଡିଓଥୋରାସିସ୍‌ ଆମ୍ଡ ଭସ୍କୁଲାର ସର୍ଜରୀ ବିଭାଗର ଗ୍ରାଉଣ୍ଡ ଫ୍ଲୋରରେ ୩ଟି ଏକମୋ ମେସିନ୍‌ ଇନଷ୍ଟଲ କରାଯାଇ ଆଇସୋଲେସନ୍‌ ବ୍ୟବସ୍ଥା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.