କଟକ ଗଣେଶ ପୂଜାର ପ୍ରଥମ ପର୍ଯ୍ୟାୟ ଭସାଣି ଆରମ୍ଭ, ମୋଟ ୧୨ ଶହ ମେଢ ହେବ ବିସର୍ଜନ

କଟକ(କେନ୍ୟୁଜ୍): କଟକ ଗଣେଶ ପୂଜାର ପ୍ରଥମ ପର୍ଯ୍ୟାୟ ଭସାଣି ଆରମ୍ଭ । ତିନୋଟି ପର୍ଯ୍ୟାୟରେ ହେବ ଭସାଣ ଉତ୍ସବ। ପର୍ଯ୍ୟାୟକ୍ରମେ ଆଜି , ୧୧ ତାରିଖ ଓ ୧୮ ତାରିଖରେ ଭସାଣି ହେବ । ମୋଟ ୧୨ ଶହ ମେଢ ବିସର୍ଜନ କରାଯିବ।ଅସ୍ଥାୟୀ ପୁଷ୍କରଣୀରେ ମେଢ ବିସର୍ଜନ କରାଯିବ । ଆଇନ ଶୃଙ୍ଖଳା ପାଇଁ ମୋଟ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ଅନ୍ଯପଟେ ଏହି ପାର୍ବଣକୁ ଆଖିରେ ରଖି ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବାକୁ କଟକର ବିଭିନ୍ନ ସ୍ଥାନରେ ଲଗାଯାଇଛି ସିସିଟିଭି । କମିଶନରେଟ୍‌ ପୋଲିସ, କଟକର ବିଭିନ୍ନ ପୂଜା କମିଟି ଓ କିଛି ବ୍ୟବସାୟିକ ଅନୁଷ୍ଠାନର ସହଭାଗିତାରେ କଟକର ହାୱାର୍ଡ଼ ମୋଟର୍ସ, ଏସିବି ମେଡ଼ିକାଲ, ବଜ୍ରକବାଟି ଓ ପଟାପୋଲ ଛକରେ ଲଗାଯାଇଛି ସିସିଟିଭି ।

ବର୍ତ୍ତମାନ ସୁଦ୍ଧା କଟକ ସହରରେ ୨ ଶହରୁ ଅଧିକ ସିସିଟିଭି ଲାଗିଯାଇଛି । ଆଗକୁ ଦୁର୍ଗାପୂଜା ଆସୁଥିବାରୁ ତାପୂର୍ବରୁ ସହରରେ ୫ ଶହ ସିସିଟିଭି ଲଗାଇବା ପାଇଁ ଯୋଜନା ରଖିଛି କମିଶନରେଟ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.