କନ୍ଧମାଳରେ ପହିଲି ଶୀତ: ଦାରିଙ୍ଗବାଡିରେ ୧୫ ଡିଗ୍ରୀ ଓ ଫୁଲବାଣୀରେ ୧୭ ଡିଗ୍ରୀ ତାପମାତ୍ରା ରେକର୍ଡ

ବାଲିଗୁଡା(କେନ୍ଯୁଜ୍): କନ୍ଧମାଳରେ ପହିଲି ଶୀତ । ପ୍ରବଳ କୁହୁଡି ସାଙ୍ଗକୁ ଶୀତ ଅନୁଭୂତ ହେଉଛି। ଏଥିପାଇଁ ଜିଲ୍ଲାର ବିଭିନ୍ନ ପାର୍କ ଓ ଷ୍ଟାଡିୟମରେ ସକାଳୁ ସକାଳୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।

ସମସ୍ତେ ବ୍ୟାୟାମ କରିବାରେ ବ୍ୟସ୍ତ ରହିଛନ୍ତି। ସପ୍ତାହେ ମଧ୍ୟରେ କନ୍ଧମାଳର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ଛୁଇଁଥିବାବେଳେ ଗତକାଲି ଦାରିଙ୍ଗବାଡିରେ ୧୫ ଡିଗ୍ରୀ ଓ ଫୁଲବାଣୀରେ ୧୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା।

ସୂଚନା ଥାଉକି, ରାଜ୍ଯର ଅନେକ ସ୍ଥାନରେ ଦିନରେ ଖରା କାଟୁଛି  ରାତିରେ ପ୍ରଥମ ଶୀତ ସ୍ପର୍ଷ ମିଳୁଛି। ପାଣିପାଗ ଏବେ ଏଭଳି  ହୋଇଯାଇଛି। ରାଜ୍ୟରୁ ମୌସୁମୀ ସଂପୂର୍ଣ୍ଣ ଫେରି ଯିବା ପରେ ଧୀରେ ଧୀରେ ଆସୁଛି ଶୀତ । ରାଜ୍ୟର ବିଭିନ୍ନ ସ୍ଥାନରେ ରାତିରେ ତାପମାତ୍ରା ଖସୁଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୧୭ରୁ ୧୯ ଡିଗ୍ରି ସେଲସିୟସ ଭିତରେ ରହୁଛି ।

ସେହିପରି ଉପକୂଳ ଓଡ଼ିଶାରେ ରାତ୍ରି ତାପମାତ୍ରା ୧୯ରୁ ୨୧ ଡିଗ୍ରୀ ସେଲସିୟସ ଭିତରେ ରେକର୍ଡ କରାଯାଇଛି । କନ୍ଧମାଳରେ ଏବେ ଶୀତର ପହିଲି ସ୍ପର୍ଶ ଦେଇସାରିଛି । ସକାଳୁ ସକାଳୁ କୁହୁଡ଼ି ଲାଗି ରହୁଛି ।

ଚଳିତବର୍ଷ ରାଜ୍ୟକୁ ଠିକ୍‌ ସମୟରେ ମୌସୁମୀ ପ୍ରବେଶ କରିଥିବା ବେଳେ ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିଛି । ଆଜି ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି କୁହାଯାଇଥିଲା। ଦିନକୁ ଦିନ ଶୀତ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.