୩୩ଟି ମାଛର ଦାମ୍‌ ୧ କୋଟି ! ଶୁଣିବାକୁ ଆଶ୍ଟର୍ଯ୍ୟ ଲାଗୁଥିଲେ ବି କଥାଟି ସତ

ଜଳେଶ୍ବର(କେନ୍ଯୁଜ୍): ମାଛ କରିଦେଲା କୋଟିପତି। ୩୩ଟି ମାଛର ଦାମ୍‌ ୧ କୋଟି। ଶୁଣିବାକୁ ଆଶ୍ଟର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ପଶ୍ଚିମବଙ୍ଗ ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଲା ବିରଳ ତେଲିଆ ଭୋଲା ମାଛ। ୧୦ଜଣ ମସ୍ୟଜୀବୀ ଟ୍ରଲର ନେଇ ଦୀଘା ମୁହାଣରେ ମାଛ ମାରିବା ପାଇଁ ସମୁଦ୍ରକୁ ଯାଇଥିବାବେଳେ ସେମାନଙ୍କ ଜାଲରେ ୩୩ଟି ତେଲିଆ ମାଛ ପଡିଥିଲା।

ମାଛ ଗୁଡିକୁ କୂଳକୁ ଅଣାଯିବାପରେ ନିଲାମ ଡକାଯାଇଥିଲା । କୋଲକତାର ଏକ ଔଷଧ କମ୍ପାନୀ ୩୩ଟି ମାଛକୁ ୧କୋଟି ଟଙ୍କାରେ କିଣି ନେଇଥିଲା। ୩୩ଟି ମାଛର ଓଜନ ଥିଲା ୮୪କେଜି। ମାଛକୁ ଦେଖିବାକୁ ସମୁଦ୍ର କୂଳରେ ଭିଡ ଜମିଥିଲା।

ସୂଚନା ଥାଉକି, ଗତକାଲି ଗୋଟିଏ ମାଛ ପାଇଁ ବଦଳି ଯାଇଥିଲା ମତ୍ସ୍ୟଜୀବୀଙ୍କ ଭାଗ୍ୟ । ନଦୀରେ ମାଛ ଧରିବାବେଳେ ଜାଲରେ ପଡିଥିଲା ଏକ ବିଶାଳକାୟ ମାଛ । ମାଛ ପାଇଁ ନିଲାମ ଡକାଗଲା। ଲକ୍ଷେ ନୁହେଁ କି ୨ ଲକ୍ଷ ନୁହେଁ, ଦାମ୍‌ ୩୬ ଲକ୍ଷ। ଜାଲରେ ପଡିଥିବା ଏହି ବିଶାଳ ମାଛ ହେଉଛି ତେଲିଆ ଭୋଲା ମାଛ। ଯାହାର ଓଜନ ଥିଲା ୭୮ କେଜି ୪୦୦ଗ୍ରାମ । ଏହି ମାଉଟି ମଧ୍ଯ ପଶ୍ଚିମବଙ୍ଗ ସୁନ୍ଦରବନ ଅଞ୍ଚଳର କିଛି ମତ୍ସ୍ୟଜୀବୀ ମାଛ ଧରୁଥିବାବେଳେ ଜାଲରେ ପଡିଥିଲା । ଏହି ବିଶାଳକାୟ ମାଛ ଜାଲରେ ପଡିବା ପରେ ଏହାକୁ ବିକ୍ରି କରିବା ପାଇଁ ବଜାରକୁ ନିଆଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ନିଲାମୀ। ଶେଷରେ ଜଣେ ବ୍ୟବସାୟୀ ମାଛଟିକୁ ୩୬ଲକ୍ଷ ୫୩ହଜାର ଟଙ୍କାରେ କିଣି ନେଇଥିଲେ। ଏତେବଡ ମାଛକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.