ବାତ୍ୟା ‘ଅସାନି’କୁ ନେଇ ସବୁ ମତ୍ସ୍ୟଜୀବୀଙ୍କୁ SRCଙ୍କ ପକ୍ଷରୁ ସତର୍କତା ଜାରି, ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ): ବାତ୍ୟା ‘ଅସାନି’କୁ ନେଇ ସବୁ ମତ୍ସ୍ୟଜୀବୀଙ୍କୁ SRCଙ୍କ ପକ୍ଷରୁ ସତର୍କତା ଜାରି । ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ମାଇକ ଦ୍ୱାରା ପ୍ରଚାର କରି ସତର୍କ କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି ।

ଏହାସତ୍ତ୍ୱେ କିଛି ସ୍ଥାନରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯାଉଛନ୍ତି । ଯଦି କେହି ନ ମାନନ୍ତି ବା ନ ଶୁଣନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି SRC ପ୍ରଦୀପ କୁମାର ଜେନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.