ବଲିଉଡ୍ ମୋତେ ମୋ ଫି ଦେଇ ପାରିବନି, ଏମିତି ବଡ଼ କଥା କହିଲେ ସାଉଥ୍ ସୁପରଷ୍ଟାର

ସାଉଥ୍ ଫିଲ୍ମର ସୁପରଷ୍ଟାର ମହେଶ ବାବୁ ଏବେ ନିଜ ଆଗାମୀ ଫିଲ୍ମ ‘Sarkaru Vaari Paata’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହାରି ଭିତରେ ସେ ଫିଲ୍ମ ‘ମେଜର’ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ଯୋଗ ଦେଇଥିଲେ। ଏହି ଫିଲ୍ମକୁ ମହେଶ ବାବୁଙ୍କ ପ୍ରଡକ୍ସନ୍ ଭେଞ୍ଚର ହିଁ ପ୍ରଯୋଜନା କରିଛି। ଇଭେଣ୍ଟ୍ରେ ତାଙ୍କୁ ବଲିଉଡରେ କାମ କରିବା ବିଷୟରେ ଯେତେବେଳେ ପଚରା ଯାଇଥିଲା, ତ ସେ ଏମିତି ଉତ୍ତର ଦେଇଥିଲେ ଯେ ଯାହାକୁ ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ନିର୍ମାତାମାନେ ଆଶ୍ଚର୍ଯ୍ୟ ହୋଇଯିବେ।
‘ତେଲୁଗୁ ସିନେମାରେ ମୁଁ ବହୁତ ଖୁସି ଅଛି’
ମହେଶ ବାବୁ ‘ମେଜର’ର ଟ୍ରେଲର ଲଞ୍ଚ ସମୟରେ କହିଛନ୍ତି ଯେ ‘ମୁଁ ସବୁବେଳେ ତେଲୁଗୁ ଫିଲ୍ମରେ କାମ କରିବାକୁ ହିଁ ଚାହୁଁଥିଲି ଏବଂ ଚାହୁଁଥିଲି ଯେ ସାରା ଦେଶର ଲୋକେ ଏହି ଫିଲ୍ମଗୁଡ଼ିକୁ ଦେଖନ୍ତୁ’। ସେ ଆହୁରି କହିଥିଲେ କି, ତାଙ୍କର ଏହି ସ୍ୱପ୍ନ ସତ ହେଉଛି ଏବଂ ସେ ଏଥିପାଇଁ ବି ବହୁତ ଖୁସି ଅଛନ୍ତି। ସେ କହିଥିଲେ, ‘ମୋ ଶକ୍ତି ହେଉଛି ତେଲୁଗୁ ଫିଲ୍ମ ଏବଂ ଇମୋସନ ମୁଁ ଯାହା ବୁଝେ, ତାହା ହେଉଛି ତେଲୁଗୁ ଫିଲ୍ମର ଇମୋସନ। ଆଜି ଭାବନା ବହୁତ ମଜଭୁତ ଅଛି ଏବଂ ଏହା ଏତେ ବଡ଼ ହୋଇଯାଇଛି ଯେ ସମସ୍ତ ରେଖା ଅସ୍ପଷ୍ଟ ହୋଇଯାଇଛି’।
‘ସେମାନେ ମୋତେ ଆଫୋର୍ଡ କରି ପାରିବେ ନାହିଁ’
ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମହେଶ ବାବୁ କହିଥିଲେ, ତାଙ୍କୁ ଅନେକ ହିନ୍ଦୀ ଚଳଚ୍ଚିତ୍ର ପାଇଁ ଅଫର୍ସ ମିଳିଛି, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ଏହା ପଛର କାରଣ ମଧ୍ୟ ସେ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ‘ମୁଁ ଆପଣମାନଙ୍କୁ ଟିକିଏ ଅହଂକାରୀ ଲାଗିପାରେ। ମୁଁ ଅନେକ ହିନ୍ଦୀ ଚଳଚ୍ଚିତ୍ରରୁ ଅଫର୍ସ ପାଇଥିଲି, କିନ୍ତୁ ଭାବୁଛି… ସେମାନେ ମୋତେ ଦେଇ ପାରିବେ ନାହିଁ ଏବଂ ମୁଁ ମୋ ସମୟ ଏଠାରେ ନଷ୍ଟ କରି ପାରିବି ନାହିଁ।
କେବେ ବି କରିବେ ନାହିଁ ବଲିଉଡ୍ରେ କାମ
ମହେଶ ବାବୁ ଆଗକୁ କହିଥିଲେ କି, ‘ଯେଉଁ ଷ୍ଟାର୍ଡମ ଏବଂ ଭଲ ପାଇବା ମୋତେ ତେଲୁଗୁ ସିନେମାରୁ ମିଳୁଛି, ତେଣୁ ମୁଁ କେବେ ବି ଅନ୍ୟ ଇଣ୍ଡଷ୍ଟ୍ରୀକୁ ଯିବା ବିଷୟରେ ଭାବି ପାରିବି ନାହିଁ। ମୁଁ ସବୁବେଳେ ଭାବିଛି ଏଠାରେ ହିଁ ଫିଲ୍ମ କରିବି ଏବଂ ଏହା ବଡ଼ ହୋଇଯିବ। ଆଉ ମୋର ବିଶ୍ୱାସ ଆଜି ବାସ୍ତବରେ ବଦଳି ଯାଇଛି। କହି ରଖୁଛୁ ଯେ ମହେଶ ବାବୁଙ୍କ ଫିଲ୍ମ ‘Sarkaru Vaari Paata’ ଆସନ୍ତା ୨୦୨୨, ମେ’ ୧୨ରେ ସିନେମାଘରେ ରିଲିଜ୍ ହେବ।
View this post on Instagram
View this post on Instagram