୧୪ କୋଟି ୨୩ ଲକ୍ଷ ଟଙ୍କାରେ ବିକ୍ରି ହେଲା ଏହି ଓଟ, ଜାଣନ୍ତୁ କାହିଁକି ରହିଛି ଏତେ ଦାମ୍

ଆପଣ ଅନେକ ପଶୁ ଦେଖିଥିବେ ଓ ସେମାନଙ୍କ ବିଷୟରେ ଶୁଣିଥିବେ ଯାହା ବହୁତ ମୂଲ୍ୟରେ ବିକ୍ରି ହୁଏ। ଏମିତିକି ଅନେକ ଲୋକଙ୍କୁ ପଶୁ ପକ୍ଷୀ ଏତେ ପସନ୍ଦ, ଏହାର ମୂଲ୍ୟ ଯେତେ ଥିଲେ ବି ତାଙ୍କୁ କିଣିବାକୁ ପଛାନ୍ତିନି କିଛି ଲୋକ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଓଟ ବିଷୟରେ କହିବାକୁ ଯାଉଛୁ ଯାହାର ମୂଲ୍ୟ ଶୁଣି ଆପଣ ମଧ୍ୟ ଚକିତ ହୋଇଯିବେ। କ’ଣ ଏତେ ଅଧିକ ମୂଲ୍ୟରେ ଓଟ ଭଳି ପାଶୁକୁ କିଣା ଯାଇ ପାରେ। ଏହି ଓଟର ଦାମ୍ ଶୁଣି ସେହି ସ୍ଥାନରେ ଉପସ୍ଥିତ ଥିବା ଅନେକ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

 

ସାଉଦି ଆରବରେ ଏହି ଓଟ ବିକ୍ରୟ ପାଇଁ ଏକ ସର୍ବସାଧାରଣ ନିଲାମ ଆୟୋଜନ କରାଯାଇଥିଲା। କହିବାକୁ ଗଲେ ବାସ୍ତବରେ ସାଉଦି ଆରବରେ ଓଟର ଅଧିକ ଦାମ ଥାଏ ଓ ଏହା ଅଧିକ ଦାମରେ ବିକ୍ରି ମଧ୍ୟ ହୁଏ। କିନ୍ତୁ ବର୍ତ୍ତମାନ ଅଧିକ ଦାମରେ ବିକ୍ରି ହୋଇଥିବା ଓଟର ସେହି ଭଳି ବିଶେଷତ୍ଵ ରହିଛି ଯାହା ପାଇଁ ତାଙ୍କୁ ପ୍ରାୟ କୋଟିଏ ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରି କରାଯାଇଛି।

ଏହି ଓଟ ହେଉଛି ଦୁନିଆର ସବୁଠାରୁ ମୂଲ୍ୟବାନ ଓଟ। ସାଉଦି ଆରବରେ ଏହାର ମୂଲ୍ୟ ୭ ମିଲିୟନ୍ ଅର୍ଥାତ୍ ଭାରତୀୟ ମୂଲ୍ୟ ପ୍ରାୟ ୧୪ କୋଟି ୨୩ ଲକ୍ଷ ଟଙ୍କା । ‘ଗଲ୍ଫ ନ୍ୟୁଜ୍’ର ରିପୋର୍ଟ ଅନୁଯାୟୀ ସାଉଦି ଆରବରେ ଏହି ଓଟ ବିକ୍ରୟ ପାଇଁ ଏକ ସର୍ବସାଧାରଣ ନିଲାମ ଆୟୋଜନ କରାଯାଇଥିଲା। ନିଲାମର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଲୋକମାନେ ପାରମ୍ପାରିକ ପୋଷାକ ପିନ୍ଧିଛନ୍ତି ଏବଂ ଜଣେ ବ୍ୟକ୍ତି ମାଇକ୍ରୋଫୋନ୍ ମାଧ୍ୟମରେ ଓଟ ନିଲାମ ପାଇଁ ଟେଣ୍ଡର କରୁଥିବା ଦେଖାଯାଇଛି।

ଏମିତିକି ନିଲାମ ସମୟରେ ପ୍ରଥମେ ଓଟ ମୂଲ୍ୟ ପ୍ରାୟ ୧୦ କୋଟି ୬୦ ଲକ୍ଷ ଟଙ୍କା ରଖାଯାଇଥିଲା, ବିଡିଂ ପରେ ୨୪ କୋଟି ୨୩ ଲକ୍ଷରେ ଏହାକୁ କିଣାଯାଇଥିଲ। କିନ୍ତୁ ଭିଡିଓରୁ ଏହା ଜଣାପଡୁନାହିଁ ଯେ କିଏ ଏତେ ଟଙ୍କାରେ ଏହି ଓଟ କିଣିଛି। ଏତେ ଅଧିକ ମୂଲ୍ୟରେ ବିକ୍ରି ହେଉଥିବା ଏହି ଓଟ, ସମଗ୍ର ବିଶ୍ୱରେ ଦେଖାଯାଉଥିବା ଓଟ ପ୍ରଜାତିର ବିରଳ ଓଟ। ଏହି ଓଟର ସୌନ୍ଦର୍ଯ୍ୟ ଏବଂ ଏହାର ଉଚ୍ଚତା ଓ ରଙ୍ଗ ପାଇଁ ଏହା ବିଷୟରେ ସମଗ୍ର ବିଶ୍ୱରେ ଚର୍ଚ୍ଚା ହୁଏ। କାରଣ ଏହି ପ୍ରଜାତିର ଓଟ ଦୁନିଆରେ କ୍ୱଚିତ୍ ଦେଖିବାକୁ ମିଳେ। କୁହାଯାଏ ଏହି ପ୍ରଜାତିର ଓଟ ଅଧିକ ଦିନ ପର୍ଯ୍ୟନ୍ତ ମଧ୍ୟ ବଞ୍ଚନ୍ତି। ତେବେ ସାଉଦି ଆରବରେ ହିଁ ଓଟ ମେଳା ଅନୁଷ୍ଠିତ ହୁଏ। ଦେଶ ବିଦେଶରୁ ଅନେକ ଲୋକ ଓଟ କିଣିବାକୁ ସାଉଦି ଆରବ ଯାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.