Below header

ମିଠା ଖାଇବାକୁ ଇଚ୍ଛା ହେଉଛି କି, ତେବେ ଘରେ ସହଜରେ ବନାନ୍ତୁ ଟେଷ୍ଟୀ ନଡିଆ ଲଡୁ

କେବେ କେବେ କିଛି ମିଠା ଖାଇବାକୁ ବହୁତ ମନ ହୋଇଥାଏ। ଏମିତିରେ ତ ସମ୍ଭବ ନୁହେଁ ଯେ ସବୁବେଳେ ଘରେ ମିଠା ରଖିବା। ତେଣୁ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ନଡିଆ ଲଡୁ ରେସିପି। ଯାହା ଆପଣଙ୍କୁ ଦେବ ଏକ ନୂଆ ସ୍ୱାଦ। ତେବେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ନଡିଆ ଲଡୁ।

ନଡିଆ ଲଡୁ ବନାଇବା ପାଇଁ ଆବଶ୍ୟକ ସାମଗ୍ରୀ

  • ଦେଢ଼ କପ୍‌ କୋରା ନଡିଆ
  • ୨ ଚାମଚ ଘିଅ
  • ୧ କପ୍‌ କ୍ଷୀର
  • ମିଠା ସ୍ୱାଦ ପାଇଁ ଗୁଡ
  • ଅଳ୍ପ ଅଳେଇଚ ପାଉଡର

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ ପ୍ୟାନରେ ଘିଅ ପକାଇ ଗରମ କରନ୍ତୁ। ଘିଅ ଗରମ ହେବା ପରେ କୋରା ନଡିଆ ପକାଇ ଧୀମା ଆଞ୍ଚରେ ଭାଜି ଦିଅନ୍ତୁ। ଏହାପରେ ଏଥିରେ କ୍ଷୀର ପକାଇ କିଛି ସମୟ ଚଲାନ୍ତୁ। ଏହାପରେ ଏଥିରେ ଗୁଡ ପକାଇ ମିଶାନ୍ତୁ। ଯେତେବେଳେ ଗୁଡ ନଡିଆରେ ଭଲଭାବେ ମିକ୍ସ ହୋଇଯିବ, ସେତେବେଳେ ଏଥିରେ ଅଳେଇଚ ପାଉଡର ପକାଇ ମିଶାଇ ଦିଅନ୍ତୁ ଏବଂ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏବେ ଏହାକୁ ହାଲକା ଥଣ୍ଡା ପାଇଁ ଦିଅନ୍ତୁ। ଏହାପରେ ହାଲକା ହାତରେ ଏଥିରୁ କିଛି କିଛି ନେଇ ଲଡୁ ବନାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ନଡିଆ ଲଡୁ।

ଏପରି କରନ୍ତୁ ଷ୍ଟୋର

  • ନଡିଆ ଲଡୁକୁ ସବୁବେଳେ ଏୟାର ଟାଇଟ କଣ୍ଟେନରରେ ରଖିବା ଉଚିତ।
  • ନଡିଆ ଲଡୁରେ ପାଣିର ଏକ ବୁନ୍ଦା ମଧ୍ୟ ପଡିବା ଅନୁଚିତ। ଏମିତି ହେଲେ ଲଡୁ ଜଲଦି ଖରାପ ହୋଇଯିବ।
  • ଗରମ ବାତାବରଣରେ ଲଡୁ ରଖନ୍ତୁନାହିଁ।
  • ଚେଷ୍ଟା କରନ୍ତୁ ଗୋଟେ ସପ୍ତାହ ଭିତରେ ଏହାକୁ ଖାଇ ସାରିଦେବାକୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.