Below header

ମାଓବାଦୀ ମୁକ୍ତ ହେଲା ଓଡିଶାର ଆଉ ୫ ଜିଲ୍ଲା, ଘୋଷଣା କଲେ ପୋଲିସ ଡିଜି ଅଭୟ

ଭୁବନେଶ୍ବର: ମାଓବାଦୀ ମୁକ୍ତ ହେଲା ଓଡିଶାର ଆଉ ୫ ଜିଲ୍ଲା । ସେଗୁଡିକ ହେଲେ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼ । ଏହାକୁ ମିଶାଇ ରାଜ୍ୟରେ ଆଉ ୧୧ ଜିଲ୍ଲା ମାଓ ମୁକ୍ତ ବୋଲି ଘୋଷଣା କରିଛନ୍ତି ପୋଲିସ ଡିଜି ଅଭୟ । ୨୦୧୮ରେ ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ ମାଓ ମୁକ୍ତ ଜିଲ୍ଲା ଘୋଷଣା ହୋଇଥିଲା । ଦୁଇ ବର୍ଷ ମଧ୍ୟରେ ୧୧ ଜିଲ୍ଲା ମାଓ ମୁକ୍ତ ହୋଇଛି ।

ରାଜ୍ୟକୁ ମାଓ ମୁକ୍ତ କରିବାକୁ ଓଡ଼ିଶା ପୋଲିସ ଲକ୍ଷ୍ୟ ରଖିଛି । ମାଓବାଦୀ ନୁହେଁ ପୋଲିସ ଉପରେ ଏହି ଅଞ୍ଚଳରେ ଲୋକ ଭରଷାକୁ ନେଉଛନ୍ତି । ଏସବୁ ସ୍ଥାନରେ ସରକାରଙ୍କ ସମସ୍ତ ଯୋଜନା ପହଁଚିବାରେ କୌଣସି ସମସ୍ୟା ନାହିଁ । ଏସବୁ ଜିଲ୍ଲାରେ ସ୍ଥିତିରେ ସୁଧାର ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ସୁରକ୍ଷା ସମ୍ପର୍କିତ ଖର୍ଚ୍ଚ ଯୋଜନାରୁ ଏହି ୫ ଜିଲ୍ଲା ବାଦ୍‌ ପଡିଥିବା ଟୁଇଟ୍‌ କରି ସୂଚନା ଦେଲେ ପୋଲିସ ଡିଜି ଅଭୟ ।

୨୦୧୨ରେ ୧୯ ଜିଲ୍ଲା ସୁରକ୍ଷା ସମ୍ପର୍କିତ ଖର୍ଚ୍ଚ ଯୋଜନାରେ ଥିଲା । ୨୦୧୮ରେ ଏହି ଯୋଜନାରେ ୧୫ ଜିଲ୍ଲାକୁ ଖସିଥିଲା । ୨୦୨୦ରେ ଏବେ ୫ ଜିଲ୍ଲା ଖସି ୧୦କୁ ଆସିଛି । ଏବେ ୧୦ ଜିଲ୍ଲାରେ କେବଳ ସୁରକ୍ଷା ସମ୍ପର୍କିତ ଖର୍ଚ୍ଚ ଯୋଜନା ଚାଲୁ ରହିବ । ସେଗୁଡିକ ହେଲା ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡ଼ା ଓ ସୁନ୍ଦରଗଡ଼ । ଏହି ୧୦ ଜିଲ୍ଲାରେ ଚାଲିବ ସୁରକ୍ଷା ସମ୍ପର୍କୀତ ଯୋଜନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.