ଯୁବକଙ୍କ ଗୀତ ଶୁଣି ମୁହଁକୁ ବିକୃତ କରି ଏମିତି ରିଆକ୍ସନ୍‌ ଦେଲା ବିଲେଇ, ଦେଖିଲେ ହସ ରୋକିପାରିବେନି; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବିଲେଇର ମଜାଳିଆ ଭିଡିଓ ତ ଆପଣ ଅନେକ ଦେଖିଥିବେ। କିନ୍ତୁ ଏବେ ସୋସିଆଲ ମିଡିଆରେ ବିଲେଇର ଏକ ରାଗୁଥିବା ଭିଡିଓ ଭାଇରାଲ ହେଉଛି। ଭିଡିଓରେ ବିଲେଇଟି ରାଗି ଯାଇ କିଭଳି ଅଦ୍ଭୁତ ମୁହଁ କରୁଛି ତାହା ଦେଖିବାକୁ ମିଳିଛି। ଭିଡିଓ ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ। ଭିଡିଓରେ ଜଣେ ବ୍ୟକ୍ତି ଏକ ବିଲେଇକୁ କୋଳରେ ଧରି ଅପେରା ଗୀତ ଗାଉଛନ୍ତି। ଗୀତ ଶୁଣି ବିଲେଇ ଅଦ୍ଭୁତ ରିଆକନ୍ସ ଦେଉଛି। ବିଲେଇର ଏହି ରିଆକ୍ସନ୍‌ରୁ ବୁଝାପଡ଼ୁଛି ଯେ ତାକୁ ବ୍ୟକ୍ତିଙ୍କ ଗୀତ ଆଦୌ ଭଲ ଲାଗୁ ନାହିଁ। ଟ୍ଵିଟରରେ ଭିଡିଓଟି ଖୁବ୍‌ ଭାଇରାଲ ହେଉଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଆପଣ ଦେଖିପାରୁଥିବେ ବ୍ୟକ୍ତି ଜଣକ ବିଲେଇକୁ କୋଳକୁ ନେବା ବେଳକୁ ସେ ରାଗିକି ଗୁଁ ଗୁଁ ହେଉଛି ଓ ବ୍ୟକ୍ତିଙ୍କୁ ଆଖି ତରାଟି ଚାହୁଁଛି। ପରେ ବ୍ୟକ୍ତି ଯେତେବେଳେ ଗୀତ ଗାଉଛନ୍ତି, ବିଲେଇକୁ ତାହା ଆଦୌ ପସନ୍ଦ ଆସୁନାହିଁ। ଏଣୁ ସେ ଦୂରେଇ ଯିବା ସହ ମୁହଁକୁ ବିକୃତ କରି ଏପଟ ସେପଟ ଚାହୁଁଛି। ବିଲେଇର ରିଆକ୍ସନ୍‌ ଦେଖିଲେ ଆପଣ ହସି ହସି ଗଡ଼ିଯିବେ।

Shenzhen becomes first Chinese city to ban eating cats and dogs ...

ଭିଡିଓକୁ @aveirjapan ନାମକ ୟୁଜର ସେୟାର କରିଛନ୍ତି। ଜୁଲାଇ ୭ ତାରିଖ ରାତିରେ ଏହା ସେୟାର କରାଯାଇଥିବା ବେଳେ ଏବେ ଯାଏଁ ୧.୮ ମିଲିୟନ୍‌ ଥର ଦେଖାସରିଲାଣି। ଏଥିସହ ୩ ହଜାରରୁ ଊର୍ଦ୍ଧ୍ୱ ଲାଇକ୍‌ ଓ ହଜାରେରୁ ଅଧିକ ଥର ରି-ଟ୍ଵିଟ୍‌ କରାଯାଇଛି। ଦେଖନ୍ତୁ କେତେକ ଲୋକଙ୍କ ରିଆକ୍ସନ୍‌…

Leave A Reply

Your email address will not be published.