କରୋନା ଯୁଦ୍ଧର ପ୍ରକୃତ ଯୋଦ୍ଧା ବିଭୂତି, ପ୍ରଶଂସା ନକରି ରହିପାରିଲେନି ମୁଖ୍ଯମନ୍ତ୍ରୀ

ଟାଙ୍ଗୀ(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ପୋଲିସ ବିଭାଗରେ କାର୍ଯ୍ୟରତ ସବ୍‌-ଇନ୍ସପେକ୍ଟର ବିଭୂତି ଭୂଷଣଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରୁ ପ୍ରଶଂସା। କରୋନା ଯୋଦ୍ଧା ସାଜି ନିଜର କର୍ମକୁ ନିଷ୍ଠାର ସହ ପାଳନ କରିବା ସମୟରେ କୋରନା କବଳରେ କବଳିତ ହୋଇଥିଲେ ନିଜେ ସବ୍‌-ଇନ୍ସପେକ୍ଟର ବିଭୂତି ଭୂଷଣ। ଏବେ ସେ ଚିକିତ୍ସା ପରେ ସୁସ୍ଥ ହୋଇସାରିଥିବା ପରେ ବିଶ୍ରାମ ବଦଳରେ ତୁରନ୍ତ ନିଜ କାର୍ଯ୍ୟରେ ଯୋଗ ଦେଇଥିବା ସଂପର୍କରେ ଗତକାଲି ବ୍ରହ୍ମପୁର ଏସ୍‌ପି ଟ୍ୱିଟ୍ କରି ସୂଚନା ଦେଇଥିଲେ। ଏହା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ଏସ୍‌ପିଙ୍କ ଟ୍ୱିଟ୍‌କୁ ରିଟ୍ୱିଟ୍ କରାଯାଇ ଶ୍ରୀ ସେଠୀଙ୍କୁ ପ୍ରଶଂସା କରାଯାଇଛି।

ସୂଚନା ସୂଚନା ଯୋଗ୍ୟ ଏହି କରୋନା ଯୋଦ୍ଧା କର୍ତ୍ତବ୍ୟ ଆଗରେ କରୋନା ସମୟରେ ନିଜର ବିବାହକୁ ସ୍ଥଗିତ ରଖି ବିଗତ ଦିନରେ ପ୍ରଶଂସାର ପାତ୍ର ହୋଇଥିଲେ । ଖୋରଧା ଜିଲ୍ଲାର ବାଣପୁର ବ୍ଲକର ଵାଲେଡିହ ଗ୍ରାମର ଏସ୍‌ଆଇ ବିଭୂତି ଭୂଷଣ ସେଠୀ। ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ର ଅଟନ୍ତି ବିଭୂତି ଭୂଷଣ । କିନ୍ତୁ କର୍ତ୍ତବ୍ୟ ଓ ସେବା ଆଗରେ ସେ ବାହାଘର ବାତିଲ୍‌ କରି କରୋନା ମୁକାବିଲା ପାଇଁ ଆଗେଇ ଆସିଥିଲେ । ଏନେଇ ଏବେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.