ବିକାଶ ଦୁବେ ଏନକାଉଣ୍ଟରକୁ ନେଇ ଉଠୁଛି ରାଜନୈତିକ ତାତି, ଜାଣନ୍ତୁ କିଏ କହୁଛନ୍ତି କଣ ?

କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେଙ୍କୁ ଶୁକ୍ରବାର ସକାଳେ ଏନକାଉଣ୍ଟର କରି ହତ୍ୟା କରାଯାଇଛି । ଜୁଲାଇ ୯ ତାରିଖ ମଧ୍ୟପ୍ରଦେଶ ସ୍ଥିତ ଉଜ୍ଜୟେନର ମହାକାଳ ଶିବମନ୍ଦିର ପରିସରରୁ ପୋଲିସ ହାତରେ ଧରା ପଡିଥିଲା ଏହି ଦୁର୍ଦ୍ଦାନ୍ତ ଅପରାଧୀ । ଏହା ପରେ ଉତ୍ତରପ୍ରଦେଶ ଏସ୍ଟିଏଫ ପୋଲିସ ଟିମକୁ ହସ୍ତାନ୍ତର କରାଯିବା ସହ ସେମାନେ ତାକୁ କାନପୁର ନେଇ ଯାଉଥିଲେ । ମଝି ରାସ୍ତାରେ ଗାଡ଼ିଟି ଓଲଟି ଯାଇଥିଲା । ଦୁବେ ସେହିଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ପୋଲିସ ଏନକାଉଣ୍ଟରର ଶିକାର ହୋଇଥିଲା । ଟଳି ପଡିଥିଲା ବାରମ୍ବାର ପୋଲିସ ଆଖିରେ ଧୂଳି ଦେଇ ଆସୁଥିବା ଗ୍ୟାଙ୍ଗଷ୍ଟାର । ଏହି ଘଟଣାକୁ ନେଇ ରାଜନୀତିକ ମାହୋଲ ସରଗରମ ହେବାରେ ଲାଗିଛି ।ଅଖିଲେଶ ଯାଦବ, ଜୟନ୍ତ ଚୌଧୁରୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଦିଗବିଜୟ ସିଂହଙ୍କ ପରି ନେତା ମାନେ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ।

DUBEY

ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେସ ଯାଦବ ବିକାଶ ଏନକାଉଣ୍ଟର ଘଟଣାକୁ ନେଇ କହିଛନ୍ତିକି, “ପ୍ରକୃତରେ ଏହି କାରଟି ଓଲଟି ନାହିଁ । ସରକାରଙ୍କ କୌଣସି ଏକ ରାଜ ଖୋଲିଯିବା ଭୟରେ ହିଁ ଏହାକୁ ଜାଣି ଶୁଣି ଓଲଟାଇ ଦିଆଯାଇଛି ।”

ଅନ୍ୟପକ୍ଷରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହି ଘଟଣାକୁ ନେଇ କହିଛନ୍ତିକି, “ଅପରାଧୀର ସିନା ଅନ୍ତ ଘଟିଛି, ହେଲେ ଅପରାଧ ଓ ତାହାକୁ ସରକ୍ଷଣ ଦେଉଥିବା ଲୋକଙ୍କର କଣ ହେବ ?”

DUBEY

ମଧ୍ୟପ୍ରଦେଶ ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ର ବିକାଶ ମୃତ୍ୟୁକୁ ନେଇ ବୟାନ ଦେଇଛନ୍ତିକି, କାନୁନ ନିଜ କାମ କରିଛି । ଏହା ହୁଏତ ସେହି ମାନଙ୍କ ପାଇଁ ନିରାଶା ଆଣିପାରେ, “ଯେଉଁମାନେ ବିକାଶ ଦୁବେର ଗିରଫ ଓ ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଇଛନ୍ତି । ମଧ୍ୟପ୍ରଦେଶ ପୋଲିସ କେବଳ ନିଜ କାମ କରିଛି । ସେମାନେ ତାକୁ ଧରି ଉତ୍ତର ପ୍ରଦେଶ ପୋଲିସକୁ ହସ୍ତାନ୍ତର କରିବାକୁ ଯାଉଥିଲେ ।”

ରାଷ୍ଟ୍ରୀୟ ଲୋକ ଦଳ ନେତା ଜୟନ୍ତ ଚୌଧୁରୀ ବିକାଶର ମୃତ୍ୟୁକୁ ନେଇ କହିଛନ୍ତିକି, ବିକାଶର ମୃତ୍ୟୁ ପରେ ଦେଶର ସମସ୍ତ ନ୍ୟାୟାଧୀଶ ମାନେ ଇସ୍ତଫା ଦେବା ଜରୁରୀ । ଭାଜପାର ଏପରି ନୀତିରେ ହୁଏତ ଦେଶର ଅଦାଲତ ମାନଙ୍କର କୌଣସି ଆବଶ୍ୟକତା ନାହିଁ ।

dubey

ସେପଟେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଏବାବଦରେ କହିଛନ୍ତିକି, “ଏହା ଅନୁସନ୍ଧାନ ଲଗାଇବା ନିହାତି ଜରୁରୀକି ବିକାଶ ଦୁବେ ମଧ୍ୟ ପ୍ରଦେଶର ଉଜ୍ଜୟେନ ସ୍ଥିତ ମହାକାଳ ମନ୍ଦିରରେ କାହିଁକି ଆତ୍ମ ସମର୍ପଣ କାହିଁକି କଲା ? ମଧ୍ୟ ପ୍ରଦେଶର କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଆଶ୍ରା ପାଇ ସେ ଏଠାକୁ ଉତ୍ତର ପ୍ରଦେଶ ପୋଲିସ ଏନକାଉଣ୍ଟରରୁ ରକ୍ଷା ପାଇବା ପାଇଁ ଆସିଥିଲା ।

 

 

Leave A Reply

Your email address will not be published.