ବେନ ଷ୍ଟ୍ରୋକ୍ସଙ୍କ ଜର୍ସିରେ ନଜର ଆସିଲା ଡା. ବିକାଶ କୁମାରଙ୍କ ନାମ, କିନ୍ତୁ କାରଣ କ’ଣ ?

େଓ୍ଵଷ୍ଟେଣ୍ଡିଜ ବିପକ୍ଷରେ ସାଉଥମ୍ପଟନ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ କ୍ରିକେଟ ଟିମର ସମସ୍ତ ଖେଳାଳିଙ୍କ ଟ୍ରେନିଂ ଜର୍ସିରେ ଡାକ୍ତର, ନର୍ସ, ଶିକ୍ଷକ ଏବଂ ଦେଖାଶୁଣା କରୁଥିବା ଲୋକଙ୍କ ନାମ ନଜର ଆସିଛି। କିନ୍ତୁ ଏମିତି କ’ଣ ପାଇଁ ହୋଇଛି ଆପଣଙ୍କ ମନରେ ପ୍ରଶ୍ନ ନିଶ୍ଚିତ ଆସୁଥିବ। କିନ୍ତୁ ଏହା ପଛରେ ରହିଛି ଏକ ବିଶେଷ ଉଦ୍ଦେଶ୍ୟ।


କରୋନା ଭାଇରସ ଯୋଗୁଁ ସୃଷ୍ଟି ହୋଇଥିବା କଷ୍ଟ ସମୟରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ସମସ୍ତ ଯୋଦ୍ଧାଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ଇଂଲଣ୍ଡ କ୍ରିକେଟ ଟିମର ସମସ୍ତ ଖେଳାଳୀ ଏପରି କୃତଜ୍ଞତା ଜଣାଇଛନ୍ତି। ଇଂଲଣ୍ଡର ଅଧିନାୟକ ବେନ ଷ୍ଟ୍ରୋକ୍ସ ନିଜ ଟ୍ରେନିଂ ଜର୍ସିରେ ଡାକ୍ତର ବିକାଶ କୁମାରଙ୍କ ନାମ ପିନ୍ଧିଛନ୍ତି। ଡାକ୍ତର ବିକାଶ କୁମାର କାଉଣ୍ଟି ଡରହମ୍‌ର ଏକ ହସପିଟାଲରେ ଏନେଥୋଟିକ୍ସ ଏବଂ କ୍ରିଟିକାଲ କେୟାର ସ୍ପେଶାଲିଷ୍ଟ ଭାବେ କାର୍ଯ୍ୟ କରନ୍ତି।

ସୂଚନାଯୋଗ୍ୟ, ଡାକ୍ତର ବିକାଶ କୁମାର ନୁଞକାସଲରେ କାଉଗେଟ କ୍ରିକେଟ କ୍ଲବ ପାଇଁ ମଧ୍ୟ କ୍ରିକେଟ ଖେଳନ୍ତି। ଏହିସବୁ ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ମହାମାରୀ ସମୟରେ ସେମାନଙ୍କ କାମ ଯୋଗୁଁ ଇଂଲଣ୍ଡ କ୍ରିକେଟ ଟିମ୍‌ ଧନ୍ୟବାଦ ଜଣାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.