କଟକ : ଗୋଟିଏ ରାତିରେ ୧୧ଟି ଟ୍ରକରୁ ଡକାୟତି, ୫ଲକ୍ଷ ଟଙ୍କାରୁ ଅଧିକ ଲୁଟ୍‌

କଟକ (କେନ୍ୟୁଜ୍) : ଗୋଟିଏ ରାତିରେ ୧୧ଟି ଟ୍ରକରୁ ଡକାୟତି। ଢେଲା ପଥର ମାଡ କରି ଡକାୟତମାନେ ୫ଲକ୍ଷ ଟଙ୍କାରୁ ଅଧିକ ଲୁଟ୍‌ କରିଛନ୍ତି। ଆକ୍ରମଣରେ ୨ ଜଣ ଟ୍ରକ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। କଟକ ଜିଲ୍ଲା ଟାଙ୍ଗୀ ଥାନା ନିମେଇଁଷାପୁର ପେଟ୍ରୋଲ ପମ୍ପ ନିକଟରେ ଅହି ଲୁଟ୍‌ ହୋଇଛି। ଗତକାଲି ରାତିରେ ଟ୍ରକ ସବୁ ଛିଡା ହୋଇଥିବାବେଳେ ଦୁର୍ବୃତ୍ତମାନେ ଗାଡି କାଚ ଭାଙ୍ଗି ଡ୍ରାଇଭରଙ୍କୁ ଭୟଭୀତ କରାଇଥିଲେ। ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି। ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.