Below header

ବିଗବସ 13: ୱିକେଣ୍ଡ ବାରରେ ସଲମାନଙ୍କ ସାମ୍ନାକୁ ଆସିଲା ଏକ୍ସ ଗାର୍ଲଫ୍ରେଣ୍ଡ ଐଶ୍ଵର୍ଯ୍ୟା ରାୟଙ୍କ କଥା

ବିଗବସ 13ରେ ଶନିବାର ସଲମାନ ଖାନ ୱିକେଣ୍ଡ କା ବାରରେ ଘରଲୋକଙ୍କ ସହ ମଜାମସ୍ତି କରିବା ସହିତ ତାଙ୍କର କ୍ଲାସ ମଧ୍ୟ ନେଇଛନ୍ତି । ପ୍ରତିଯୋଗୀମାନଙ୍କ ସମ୍ପୂର୍ଣ୍ଣ ସପ୍ତାହର ହାଲଚାଲ ନେବା ସମୟରେ ସଲମାନ ଟିକିଏ ଅସ୍ବସ୍ତିକର ହୋଇପଡିଥିଲେ ଯେତେବେଳେ ତାଙ୍କର ଏକ୍ସଗାର୍ଲଫ୍ରେଣ୍ଡ ଐଶ୍ଵର୍ଯ୍ୟାଙ୍କ ନାମ ଉଠିଥିଲା ।

Bigg Boss 13

ସଲମାନ ଖାନ ସମସ୍ତ ପ୍ରତିଯୋଗୀଙ୍କୁ ପଚାରିଥିଲେ ଯେ ବିଗବସ ହାଉସରେ ସେମାନଙ୍କୁ ସବୁଠାରୁ ଷ୍ଟ୍ରଙ୍ଗ କନେକ୍ସନ କାହାର ଲାଗୁଛି ତ ଏହାର ଉତ୍ତରରେ ଅଧିକାଂଶ ପ୍ରତିଯୋଗୀ ସହନାଜ ଗିଲ ଏବଂ ପାରସ ଛାବଡାଙ୍କର ନାମ ନେଇଥିଲେ । ଏହାପରେ ସଲମାନ ଏହି ଦୁଇଜଣଙ୍କ ମଧ୍ୟରେ କାହିଁକି ଆସୁଛ ବୋଲି ‘ସିଦ୍ଧାର୍ଥ ଡେ’ ଙ୍କୁ ପ୍ରଶ୍ନ କରିଥିଲେ ।

 

ଉତ୍ତରରେ ସିଦ୍ଧାର୍ଥ କହିଥିଲେ ଯେ ସାର ଆପଣଙ୍କ ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ରେ ଶେଷରେ ଅଜୟ ଦେବଗନ ହିଁ ଐଶ୍ଵର୍ଯ୍ୟା ରାୟଙ୍କୁ ନେଇଯାଇଥିଲେ । କଣ ଆପଣ ଅଜୟ ଦେବଗନ, ପାରସ ସଲମାନ ଖାନ ଆଉ ସହନାଜ ପଞ୍ଜାବର କ୍ୟାଟ୍ରିନା କୈଫ ନୁହେଁ ଐଶ୍ଵର୍ଯ୍ୟ ରାୟ ବୋଲି ସଲମାନ ଟିକିଏ ଅସ୍ବସ୍ତିକର ଭାବେ ପଚାରିଥିଲେ ।

Bigg Boss 13

ଏହା ବ୍ୟତୀତ ସଲମାନ ଖାନ ଶେଫାଳି ବଗାଙ୍କର ନିଷ୍ପତ୍ତିକୁ ଠିକ କହିବା ସହିତ ଘରର କୁଇନ ହେବାପାଇଁ ନିଜକୁ ମନୋନୀତ କରିଥିବାରୁ ତାଙ୍କର ତାରିଫ ମଧ୍ୟ କରିଥିଲେ । ଏହାସହିତ ସେ କହିଥିଲେ ଯେ ତୁମେ ସମସ୍ତଙ୍କ ପରି ଗ୍ରୁପରେ ନଯାଇ ନିଜକୁ ସପୋର୍ଟ କରି ଠିକ କରିଛ । ଏହାପରେ ସେ ଦେବୋଲିନା ଭଟ୍ଟାଚାର୍ଯ୍ୟ ଓ ରଶ୍ମି ଦେଶାଇଙ୍କର ମଧ୍ୟ ଭୟଙ୍କର କ୍ଲାସ ନେଇଥିଲେ ।

ପୁରା ସପ୍ତାହ ବିଗବସରେ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା । ‘ବିବି ହସ୍ପିଟାଲ ଟାସ୍କ’ ଠୁ ନେଇ ଶେଫାଳି ବଗାଙ୍କ ନିଜସ୍ଵ ମତ ପର୍ଯ୍ୟନ୍ତ ସମସ୍ତ କଥା ଘରେ ହଙ୍ଗାମା କରିଥିଲା ଏବଂ ଏହା ବିଗବସ 13 ର ପ୍ରଥମ ୱିକେଣ୍ଡ ବାର ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.