Below header

ବାଲେଶ୍ୱର: ଯୁବକଙ୍କୁ ହତ୍ୟା କରି ବାଲିରେ ପୋତିବା ଘଟଣା, ୫ ଅଭିଯୁକ୍ତ ଗିରଫ

ବାଲେଶ୍ୱର: ଯୁବକଙ୍କୁ ହତ୍ୟା କରି ବାଲିରେ ପୋତିବା ଘଟଣାରେ ୫ ଅଭିଯୁକ୍ତ ଗିରଫ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲେଶ୍ୱର ଖନ୍ତାପଡ଼ା ପୋଲିସ୍‌ । ଓସଙ୍ଗ ଗାଁର ଜୟନ୍ତ ମଲ୍ଲିକଙ୍କ ଜଣେ ମହିଳାଙ୍କ ସହ ଅବୈଧ ସମ୍ପର୍କ ଥିବା ଅଭିଯୋଗରେ ହତ୍ୟା କରି ସମୁଦ୍ର ବାଲିରେ ପୋତି ଦେଇଥିଲେ ଅଭିଯୁକ୍ତ।

ଖନ୍ତାପଡା ପୋଲିସ ଘଟଣାର ତଦନ୍ତ କରି କିଛି ଲୋକଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରିବା ପରେ ୨ଜଣ ମୁଖ୍ୟ ଅଭିଯୁକ୍ତକୁ ରାଜ୍ୟ ବାହାରୁ ଧରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତଙ୍କ ନିକଟରେ ହେମଦସ୍ତା, ଟାଙ୍ଗିଆ, ଲାଠି ଓ ହାତୁଡି ଜବତ କରିଛି ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.