Below header

ଖୁବ ଶୀଘ୍ର WhatsApp ଆଣୁଛି ନୂଆ ଫିଚର, ପଠାଇବା ପୂର୍ବରୁ ଭିଡିଓକୁ କରାଯାଇ ପାରିବ ମ୍ୟୁଟ

ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ WhatsApp ଏବେ ଏକ ନୂଆ ଫିଚରର ଟେଷ୍ଟିଙ୍ଗ କରିବାକୁ ଯାଉଛି । ଯାହା ସାହାଯ୍ୟରେ କାହାକୁ ଭିଡିଓ ପଠେଇବା ପୂର୍ବରୁ ଆପଣ ତାକୁ ମ୍ୟୁଟ କରିପାରିବେ । କମ୍ପାନୀ ପକ୍ଷରୁ ଏହି ଫିଚର ନିଜ ବିଟା ୟୁଜର ପାଇଁ ଜାରି କରାଯାଇଛି । ସାଧାରଣ ଲୋକଙ୍କୁ ବି ଏହି ଫିଚର ଖୁବଶୀଘ୍ର ଉପଲବ୍ଧ ହେବ । WhatsAppର ଆଣ୍ଡ୍ରଏଡ଼ ବିଟା ବର୍ଜନ 2.21.3.13ରେ ଏହି ଫିଚରକୁ ଦେଖାଯାଇ ପାରିବ ।

ଏଭିତରେ ଭିଡିଓକୁ ଏଡ଼ିଟ କରିବା ଅପସନ ବି ମିଳିପାରିବ | ଆପଣ ଭିଡିଓରେ ଟେକ୍ସଟ, ଇମୋଜୀ ଆଦି ଆଡ଼ କରିପାରିବେ । ଯାହାର ତଥ୍ୟ ବିଟା ଭର୍ଜନ ସ୍କ୍ରିନସଟରେ ମିଳିଯାଇ ପାରିବ । ସୂଚନା ଦେବା ଉଚିତକି, WhatsApp ଭିଡିଓ ମ୍ୟୁଟ ଫିଚର ଗତ ବର୍ଷ ଠାରୁ ହିଁ କାମ କରୁଛି । ଯାହାର ଟେଷ୍ଟିଙ୍ଗ ଗତବର୍ଷ ନଭେମ୍ବର ମାସରେ ବିଟାଭର୍ଜନରେ ହୋଇଥିଲା । ଏବେ କିନ୍ତୁ ଏହାକୁ ଆଣ୍ଡ୍ରଏଡ଼ ସେଟରେ କରାଯାଉଛି । ଆଉ ଏହାର ଉପଯୋଗ ଏଣିକି WhatsApp ସ୍ଟାଟସରେ ବି କରାଯାଇ ପାରିବ । ଭିଡିଓ ପଠାଇବା ପୂର୍ବରୁ ଆପଣ ତାହାକୁ ଏଡିଟ କରି ସେଥିରେ ଥିବା ଅତିରିକ୍ତ ସାଉଣ୍ଡକୁ ବନ୍ଦ କରିପାରିବେ ।

WABetalinfo ତରଫରୁ ଏନେଇ ସୂଚନା ସ୍କ୍ରିନସଟ ସେୟାର କରି ଦିଆଯାଇଛି । ଯେଉଁଥିରେ ସ୍ପିକରର ଏକ ଆଇକନ ଦେଖାଯାଇଛି । ଭିଡିଓ ପଠାଇବା ପୂର୍ବରୁ ଆଇକନ ଉପରେ କ୍ଲିକ କରି ଭିଡିଓ ହୋଇ ସେଣ୍ଡ ହୋଇଯିବ । ଆଗକୁ ଏହି ଫିଚର ଟେଲିଗ୍ରାମରେ ପୂର୍ବରୁ ଉପଲବ୍ଧ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.