ନବରଙ୍ଗପୁର ଉପ କାରଗାରରେ ସଜା କାଟୁଥିବା ବିଚାରଧୀନ କଏଦୀଙ୍କ ମୃତ୍ୟୁ

ନବରଙ୍ଗପୁର: ବିଚାରଧୀନ କଏଦୀଙ୍କ ମୃତ୍ୟୁ । ମୃତକ ହେଲେ କୋଡିଙ୍ଗା ଥାନା ଦଶାପାଇ ଗାଁର ରାମଧର ଭତରା । ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନବରଙ୍ଗପୁର ଉପ କାରଗାରରେ ସଜା କାଟୁଥିଲେ ।

କିଛିଦିନ ହେବ ତାଙ୍କ ଦେହ ଭଲ ରହୁ ନଥିଲା । ଗତକାଲି ତାଙ୍କ ଦେହ ଖରାପ ହେବା ପରେ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.