ଟ୍ରକ ତଳେ ଚାପି ହୋଇ ୫ ବର୍ଷର ଶିଶୁ ପୁତ୍ର ମୃତ; ଗୁରୁତର ଅବସ୍ଥାରେ ବାପା, ଆଈ ହସ୍ପିଟାଲରେ ଭର୍ତ୍ତି

୪୯ ନଂ ଜାତୀୟ ରାଜପଥ ରରୁଆଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୫ ବର୍ଷର ପୁଅ ମୃତ। ଘଟଣାରେ ଗୁରୁତର ଆହତ ହୋଇଛନ୍ତି ମୃତ ଶିଶୁର ବାପା ଏବଂ ଆଈ।

କରଞ୍ଜିଆ (କେନ୍ୟୁଜ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୫ ବର୍ଷର ପୁଅ ମୃତ। ଘଟଣାରେ ଗୁରୁତର ଆହତ ହୋଇଛନ୍ତି ମୃତ ଶିଶୁର ବାପା ଏବଂ ଆଈ। ଘଟଣା ଘଟିଛି ୪୯ ନଂ ଜାତୀୟ ରାଜପଥ ରରୁଆଁ ଛକ ନିକଟରେ।

ସୂଚନା ଅନୁସାରେ ଗତକାଲି ରାତିରେ ନିଜ ସମ୍ପର୍କୀୟକୁ ଦେଖା କରିବାକୁ ଯଶୀପୁର ମେଡିକାଲ୍ ଯାଉଥିବା ସମୟରେ ଭାରସାମ୍ୟ ହରାଇ ବାଇକ୍ ରୁ ଖସିପଡ଼ି ଟ୍ରକ୍ ଚକ ତଳେ ପଡିଯାଇଥିଲା ୫ ବର୍ଷର ପୁଅ। ଆଉ ଚାପି ହୋଇ ଘଟଣା ସ୍ଥଳରେ ପୁଅର ମୃତ୍ୟୁ ହୋଇଥିଲା । ତେବେ ଗୁରୁତର ବାପା ଓ ଆଈଙ୍କୁ ଯଶୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ ଶିଶୁ ଧୋବାଡିହାର ପୀୟୂଷ ନାଏକ ବୋଲି ଜଣାପଡିଛି। କ୍ଷତି ପୂରଣ ଏବଂ ତୁରନ୍ତ ଜାତୀୟ ରାଜପଥ ମରାମତି ଦାବିରେ ସ୍ଥାନୀୟ ଲୋକଙ୍କ ଜାତୀୟ ରାଜପଥ ଅବରୋଧ କରିଥିବାବେଳେ ଘଟଣା ସ୍ଥଳରେ ଯଶୀପୁର ପୋଲିସର ତଦନ୍ତ ଜାରି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.