ଏସିଆନ୍ ଗେମ୍ସ: ଆଜି କ୍ରିକେଟରେ ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ

ଶୁକ୍ରବାର ସେମିଫାଇନାଲରେ ଭାରତ ୯ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଥିବା ବେଳେ ଆଫଗାନିସ୍ତାନ ରୋମାଞ୍ଚକ ମ୍ୟାଚରେ ପାକିସ୍ତାନକୁ ୪ ୱିକେଟରେ ପରାସ୍ତ କରିଥିଲା। ଆଜି ଏସିଆନ ଗେମ୍ସ କ୍ରିକେଟ ଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ ।

ଏସିଆନ୍ ଗେମ୍ସରେ ଭାରତକୁ ହକିରେ ସ୍ବର୍ଣ୍ଣ ପରେ ଆଜି କ୍ରିକେଟରୁ ଆଉ ଏକ ସ୍ବର୍ଣ୍ଣ ପାଇଁ ହେବ ଲଢେଇ । ଏସିଆନ ଗେମ୍ସ କ୍ରିକେଟ ଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ । ଶୁକ୍ରବାର ସେମିଫାଇନାଲରେ ଭାରତ ୯ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଥିବା ବେଳେ ଆଫଗାନିସ୍ତାନ ରୋମାଞ୍ଚକ ମ୍ୟାଚରେ ପାକିସ୍ତାନକୁ ୪ ୱିକେଟରେ ପରାସ୍ତ କରିଥିଲା। ଟାଇଟଲ ଫେଭରାଇଟ୍‌ ଭାରତର ଅଧିନାୟକ ଋତୁରାଜ ଗାଏକ୍ୱାଡ୍‌ ଟସ୍‌ ଜିତ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଭାରତୀୟ ବୋଲରମାନେ ଶୃଙ୍ଖଳିତ ବୋଲିଂ କରି ବାଂଲାଦେଶକୁ ୯୬/୯ ସ୍କୋରରେ ସୀମିତ କରିଦେଇଥିଲେ। ସହଜ ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୯.୨ ଓଭରରେ ହାସଲ କରିନେଇଥିଲା।

ଆଜି ଉଭୟ ଦଳ ସ୍ବର୍ଣ୍ଣ ପାଇଁ ଲଢେଇ କରିବେ । ବର୍ତ୍ତମାନ ଭାରତର ମୋଟ ପଦକ ସଂଖ୍ୟା ୯୬ ଥିବା ବେଳେ ବିଭିନ୍ନ ଇଭେଣ୍ଟରେ ଆଉ ୬ ପଦକ ପାଇଁ ସୁନିଶ୍ଚିତ ହୋଇଛି । ତେଣୁ ଭାରତର ପଦକ ସଂଖ୍ୟା ୧୦୦ ପାର୍ କରିଯିବ । ଏସିଆନ୍ ଗେମ୍ସରେ ମୋଟ୍ ପଦକରେ ୨୩ଟି ସ୍ବର୍ଣ୍ଣ, ୩୪ଟି ରୌପ୍ୟ ଏବଂ ୩୯ଟି କାଂସ୍ୟ ପଦକ ହାସଲ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.