ପୁରୀରୁ ବିମାନ ଉଡ଼ିବା ନେଇ ଆଶ ଉଜ୍ଜଳ, ୨୦୨୨-୨୩ ସୁଦ୍ଧା ଉଡ଼ିବ ବିମାନ

ପୁରୀ(କେନ୍ୟୁଜ୍): ପୁରୀରୁ ବିମାନ ଉଡ଼ିବା ନେଇ ଆଶ ଉଜ୍ଜଳ ହୋଇଛି। ୨୦୨୨-୨୩ ସୁଦ୍ଧା ପୁରୀରୁ ଉଡିବ ବିମାନ।  ସବୁ ଠିକ୍ ଠାକ୍ ଚାଲିଲେ ବିମାନ ଉଡ଼ିବା ସମ୍ଭାବନା ଉଜ୍ଜ୍ଵଳ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟାରେ କହିଛନ୍ତି।

ପୁରୀରେ ବିମାନ ବନ୍ଦର ପାଇଁ ଜାଗା ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଛି । ସାମ୍ପ୍ରତିକ କରୋନା ପରିସ୍ଥିତି ପାଇଁ ବିମାନ ଉଡାଣ ପ୍ରଭାବିତ ହେଉଛି। ରାଜ୍ୟର ରାଉରକେଲା, ଜୟପୁର ପ୍ରଭୃତି ସ୍ଥାନରୁ ବିମାନ ଉଡାଣ ପାଇଁ ରାଜ୍ଯ ସରକାର ସହଯୋଗ କରୁଛନ୍ତି । ସମସ୍ତ ଅବିଭକ୍ତ ଜିଲ୍ଲା ଥିବା ଏୟାର୍ ଷ୍ଟ୍ରିପ ଉନ୍ନତି ପାଇଁ ଆଲୋଚନା ହୋଇଛି ବୋଲି ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.