Below header

ସ୍କ୍ରିନଗାର୍ଡ଼ରେ ଟିକେ ଅସାବଧାନତା ଆପଣଙ୍କ ଫୋନକୁ କରିଦେବ ଖରାପ, ଜାଣନ୍ତୁ କାରଣ

ଆମେ ସମସ୍ତେ ଯେବେ ନୂଆ ଫୋନ କିଣିଥାଉ ତେବେ ସେହି ସମୟରେ ସ୍କ୍ରିନକୁ ପ୍ରୋଟେକ୍ଟ ବା ସୁରକ୍ଷା ଦେବା ପାଇଁ ସ୍କ୍ରିନଗାର୍ଡ଼ ଲଗାଇଥାଉ । ତେବେ ଯେଉଁମାନେ ଏହା କରୁଛନ୍ତି ସେମାନଙ୍କ ପାଇଁ ଏହି ଖବର ଖୁବ ଗରୁତ୍ୱପୂର୍ଣ୍ଣ । ଯଦି ଆପଣ ସ୍କ୍ରିନ ଗାର୍ଡ଼ ବ୍ୟବହାର କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ। ଆପଣଙ୍କ ଟିକେ ଅସାବଧନାତାରେ ସାମ୍ନା କରିପାରନ୍ତି ବଡ଼ ସମସ୍ୟା ।

ସ୍କ୍ରିନ ଗାର୍ଡ଼ ଲଗାଇଲେ ଫୋନ ସୁରକ୍ଷିତ ରୁହେ ବୋଲି ଆମେ ଭାବିଥାଉ । କିନ୍ତୁ ଏହା ସମ୍ପୁର୍ଣ୍ଣ ରୂପେ ଠିକ ନୂହେଁ । ସ୍କ୍ରିନ ଗାର୍ଡ଼ରେ ଅସାବଧାନତା ଆପଣଙ୍କ ପାଇଁ ଘାତକ ହୋଇପାରେ । ଯଦି ଆପଣ ଥାର୍ଡ ପାର୍ଟି ସ୍କ୍ରିନ ଗାର୍ଡ଼ ପ୍ରୋଟେକ୍ଟର ବ୍ୟବହାର କରୁଛନ୍ତି ତେବେ ଏହା ଫୋନ ସହ ଆପଣଙ୍କୁ ମଧ୍ୟ ସମସ୍ୟାରେ ପକାଇପାରେ ।

ରିପୋର୍ଟ ଅନୁଯାୟୀ, ମଡର୍ଣ୍ଣ ଫୋନରେ ଡିସପ୍ଲେ ତଳେ ୨ଟି ସେଂସର ରହିଛି । Ambient Light ଓ Proximity ସେଂସର ସାମ୍ନାକୁ ଦେଖା ଯାଇନଥାଏ । ଏହା ଫୋନରେ ରାଇଟ ସାଇଡ ରିସିଗର ପାଖରେ ରହିଥାଏ । ଯେତେବେଳେ ଆମେ ଥାର୍ଡ ପାର୍ଟି ସେଂସର ବ୍ୟବହାର କରିଥାଉ ସେତେବେଳେ ଏହି ସେସଂର ବ୍ଲକ ହୋଇଯାଏ । ଏହାଦ୍ୱାରା ଫୋନ ରିଆକ୍ଟିଭ ହୋଇଯାଏ । ଏହାଦ୍ୱାରା ଫୋନ କଲ ଆସିବାରେ ସମସ୍ୟା ଦେଖାଯାଏ । ଏହାସହ ଅନେକ ସମୟରେ ସ୍କ୍ରିନ କାମ କରିବା ବନ୍ଦ ହୋଇଯାଏ ।

ତେଣୁ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ବ୍ରାଣ୍ଡେଡ ସ୍କ୍ରିନ ଗାର୍ଡ ବ୍ୟବହାର କରିପାରିବେ । ସ୍ମାର୍ଟଫୋନ କମ୍ପାନୀର ସ୍କ୍ରିନ ଗାର୍ଡ଼ ବ୍ୟବହାର ସବୁଠୁ ଭଲ ହୋଇଥାଏ । କାରଣ କମ୍ପାନୀ ସେହି ଅନୁସାରେ ଗାର୍ଡ଼ ତିଆରି କରିଥାନ୍ତି ଯେମିତି ଫୋନରେ ଠିକ ରୂପେ ପ୍ଲେସ ହୋଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.