ପୂରଣ ହେବ ଦୀର୍ଘ ଦିନର ଆଶା: ଆଜିଠୁ ଜୟପୁରକୁ ଉଡିବ ବିମାନ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଜୟପୁର(କେନ୍ୟୁଜ୍): ଆଜିଠୁ ଜୟପୁରକୁ ଉଡିବ ବିମାନ । ପୂରଣ ହେବ ଦୀର୍ଘ ଦିନର ଆଶା । ଜୟପୁର ରାଜ୍ୟ ସରକାରଙ୍କ ପରିଚାଳିତ ପ୍ରଥମ ଏୟାରପୋର୍ଟ । ବିମାନ ଚଳାଚଳକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ କମ୍ପାନୀ ପକ୍ଷରୁ ଟ୍ଵିଟ୍‌ କରିବା ପରେ ମାତ୍ର କିଛି ଘଣ୍ଟାରେ ଶେଷ ହୋଇଛି ୧୦ ଦିନର ବୁକିଂ । ଅର୍ଥାତ୍‌ ୯ ତାରିଖ ଯାଏ ଆଉ ଟିକେଟ ନାହିଁ । ଉଭୟ ପଟୁ ଯିବା ଆସିବା ଲାଗି ୧୮୦ଟି ଟିକେଟ ବୁକିଂ ସରିଛି ।

ଅନ୍ୟପଟେ ନଭେମ୍ବର ୧୦ ଏବଂ ତା ପରେ ଟିକେଟ କାଟିବାକୁ ଚାହିଁଥିବା ଲୋକ ନିରାଶ ହୋଇଛନ୍ତି । ଜୟପୁର ବିମାନ ବନ୍ଦରରୁ ଯାତ୍ରୀବାହୀ ବିମାନ ଉଡିବା ପାଇଁ ୨୦ ତାରିଖରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଲାଇସେନ୍ସ ଦିଆଯାଇଥିଲା । ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୧ଟା ୩୫ ମିନିଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଜୟପୁରକୁ ଉଡାଣ ଭରିବ । ଏହା ଅପରାହ୍ନ ଗୋଟାଏ ୨୦ ମିନିଟରେ ଜୟପୁରରେ ପହଞ୍ଚିବ ।

ସେହିପରି ଜୟପୁରରୁ ଗୋଟାଏ ୪୦ରେ ବିମାନ ବାହାରି ବିଶାଖାପାଟଣାରେ ୨ଟା ୩୦ରେ ପହଞ୍ଚିବ । ବିଶାଖାପାଟଣାରୁ ଅପରାହ୍ଣ ୩ଟାରେ ବାହାରି ଜୟପୁରରେ ୩ଟା ୫୦ରେ ପହଞ୍ଚିବ ବିମାନ । ସେହିପରି ଜୟପୁରରୁ ଅପରାହ୍‌ଣ ୪ଟା ୫ରେ ବିମାନ ଉଡ଼ାଣ ଭରିବ । ଭୁବନେଶ୍ୱରରେ ସନ୍ଧ୍ୟା ୫ଟା ୫୦ରେ ପହଞ୍ଚିବ । ପ୍ରାରମ୍ଭିକ ଭାବେ ଟିକେଟର ମୂଲ୍ୟ ରହିଛି ୯୯୯ ଟଙ୍କା । ଜୟପୁର ବିମାନ ବନ୍ଦରରୁ ଯାତ୍ରୀବାହୀ ବିମାନ ଉଡିବା ପାଇଁ ୨୦ ତାରିଖରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଲାଇସେନ୍ସ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.