ଦୂର ହେବ ରାଜନଗରର ୫୦ ହଜାର ଲୋକଙ୍କ ଦୁଃଖ, ତାଳଚୁଆରୁ କାରନାଳି ଯାଏ ୧୧୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଫ୍ଲୋଟିଂ ବ୍ରିଜ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ସମୁଦ୍ର କୂଳିଆ ୫୦ ହଜାର ଲୋକଙ୍କ ଦୁଖ ଦୂର ହେବ। ଜୀବନ ଜୀବିକାର ଲାଇଫ ଲାଇନ୍ ହେବ ରୋ- ପ୍ୟାକ୍ସ ଜେଟି।  ଦୀର୍ଘଦିନର ସମସ୍ୟା ଦୂର ହେବ। ଘୁଞ୍ଚବ ଦୁଃଖ। ସମୟ ନଷ୍ଟ ହେବ ନାହିଁ।

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ସମୁଦ୍ର କୂଳିଆ ୫୦ ହଜାର ଲୋକଙ୍କ ଦୁଖ ଦୂର ହେବ। ଜୀବନ ଜୀବିକାର ଲାଇଫ ଲାଇନ୍ ହେବ ରୋ- ପ୍ୟାକ୍ସ ଜେଟି।  ଦୀର୍ଘଦିନର ସମସ୍ୟା ଦୂର ହେବ।  ସମୟ ନଷ୍ଟ ହେବ ନାହିଁ । କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲା ମଧ୍ୟରେ ଜଳପଥରେ ଦୂରତା ହ୍ରାସ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ତାଳଚୁଆରୁ ଭଦ୍ରକ ଜିଲ୍ଲାର କାରନାଳି ପର୍ଯ୍ୟନ୍ତ ନିର୍ମାଣ ହେବ ରୋ-ପାକ୍ସ ଜେଟି ଓ ଫ୍ଲୋଟିଂ ବ୍ରିଜ। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ୧୧୬ କୋଟି ୮ ଲକ୍ଷ ୬୪ ହଜାର ୩୨୪ ଟଙ୍କା ବ୍ୟୟରେ ଏହା ନିର୍ମାଣ ହେବ।

ଏହି ଫ୍ଲୋଟିଂ ବ୍ରିଜ ଦେଇ ଯାତ୍ରୀଙ୍କ ସହିତ ବସ୍ , କାର ତାଳଚୁଆରୁ କାରନାଳି ଯାଇପାରିବ । ରାଜନଗର ବିଧାୟକ ଧ୍ରୁବ ସାହୁ  ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଫର୍ଚୁନ ଗ୍ରୁପ ଏହି ଫ୍ଲୋଟିଂ ଜେଠି ଓ ଫ୍ଲୋଟିଂ ବ୍ରିଜ ନିର୍ମାଣ କରିବ । ୧୮ ମାସ ମଧ୍ୟରେ ନିର୍ମାଣ ଶେଷ ହେବ। ଦୀର୍ଘ ବର୍ଷର ଦାବି ସରକାର ପୂରଣ କରିଛନ୍ତି । ଏହି ବ୍ରିଜ ନିର୍ମାଣ ହେବା ପରେ ଲୋକଙ୍କ ବ୍ୟବସାୟରେ ଉନ୍ନତି ଘଟିବ । ବ୍ୟବସାୟୀମାନେ କମ୍ ଖର୍ଚ୍ଚରେ ଦୁଇ ଜିଲ୍ଲା ମଧ୍ୟରେ ଆମଦାନୀ ରପ୍ତାନୀ କରିପାରିବେ ।

ରାଜନଗର ବ୍ଲକର ତାଳଚୁଆ, ବାଘମାରି, କେରୁଆଁପାଳ, ରଂଗଣୀ, କୃଷ୍ଣନଗର, ଡାଙ୍ଗମାଳ, ଖମାରସାହି ପ୍ରଭୃତି ୭ଟି ପଂଚାୟତର ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକେ ଭଦ୍ରକ ଓ ବାଲେଶ୍ୱର ଉପରେ ନିର୍ଭରଶୀଳ। ଏହି ଲୋକମାନଙ୍କ ପାଇଁ ସଡ଼କ ପଥ ବହୁ ଦୂର। ଜୀବନକୁ ପାଣି ଛଡାଇ ବୋଟ କିମ୍ବା ଲଞ୍ଚରେ ଯାତାୟାତ କରିଥାନ୍ତି । ପ୍ରତିଦିନ ୫ ହଜାର ଲୋକ ଜଳପଥରେ ପ୍ରାୟ ୧୦ କିଲୋମିଟର ଭଦ୍ରକ ଓ ବାଲେଶ୍ୱରକୁ ଯା’ଆସ କରିଥାନ୍ତି । ଦୀର୍ଘ ଦିନର ସ୍ଵପ୍ନ ପୂରଣ ହେବାକୁ ଯାଉଥିବାରୁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.