ରାଜ୍ୟରେ ଠିପି ଖୋଲା ମଦ ଦୋକାନ ଖୋଲିବାକୁ ମିଳିଲା ଅନୁମତି, ଅବକାରୀ ବିଭାଗ ଜାରି କଲା ନିର୍ଦ୍ଦେଶନାମା

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଠିପି ଖୋଲା ମଦ ଦୋକାନ ଖୋଲିବାକୁ ମିଳିଲା ଅନୁମତି । ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ଏଣିକି ଲାଇସେନ୍ସପ୍ରାପ୍ତ ରେଷ୍ଟୁରାଣ୍ଟ, ହୋଟେଲ୍‌, ବିୟର ପାର୍ଲର ଓ କ୍ଲବରେ ବସି ଲୋକ ମଦ ପିଇ ପାରିବେ । କଣ୍ଟେନମେଣ୍ଟ ଜୋନ ବାହାରେ ଅନ୍‌ ସପ୍‌ ଖୋଲି ପାରିବ । ତେବେ ସମସ୍ତେ କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ କରିବେ ।

latter

ସ୍ଥାନୀୟ ପୋଲିସ, ଅବକାରୀ ବିଭାଗ କର୍ମଚାରୀ କଡ଼ା ନଜର ରଖିବେ । ନିୟମର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ । ଏପରିକି ମଦ ଦୋକାନ ବନ୍ଦ ପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି । ପୂର୍ବରୁ ଗତ ଜୁନ୍‌ ମାସରେ ଠିପି ବନ୍ଦ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଥିଲେ ସରକାର । ମଦର କାଉଣ୍ଟର ବିକ୍ରି ଓ ହୋମ୍‌ ଡେଲିଭରି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.