ପୁଣି ଶ୍ରୀମନ୍ଦିର ଭିତରେ ପଶିଲେ ବିଦେଶୀ ପର୍ଯ୍ୟଟକ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ପୁର୍ନବାର ଶ୍ରୀମନ୍ଦିର ଭିତରେ ପଶିଲେ ବିଦେଶୀ ପର୍ଯ୍ୟଟକ।

ପୁରୀ : ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ପୁର୍ନବାର ଶ୍ରୀମନ୍ଦିର ଭିତରେ ପଶିଲେ ବିଦେଶୀ ପର୍ଯ୍ୟଟକ। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ବେହରଣ ଦ୍ୱାର ନିକଟରେ ପୋଲିସ ବାଧା ଦେବାରୁ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କଲେ ବିଦେଶୀ ପର୍ଯ୍ୟଟକ । ସମ୍ପୃକ୍ତ ବିଦେଶୀ ପର୍ଯ୍ୟଟକଙ୍କୁ କାବୁ କରି ପୋଲିସ ତନାଘନା କରୁଛି ।

ଗତ ୨୩ ତାରିଖରେ ଶ୍ରୀମନ୍ଦିର ଭିତରେ ପୋଲାଣ୍ଡ ନାଗରିକ ତଥା ମହିଳା ବିଦେଶୀ ପର୍ଯ୍ୟଟକ ପ୍ରବେଶ କରିଥିବା ବେଳେ ସେବାୟତଙ୍କ ଦ୍ୱାରା ଚିହ୍ନଟ ପରେ ସିଂହଦ୍ଵାର ଥାନାରେ ଅଟକ ହୋଇଥିଲେ ।  ଏକ ସପ୍ତାହ ମଧ୍ୟରେ ଏହା ଦ୍ଵିତୀୟ ଘଟଣା । ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବରେ ଶ୍ରୀଜଗନ୍ନାଥ ପୋଲିସ ସହ ଓଡ଼ିଶା ପୋଲିସ ୨୪ ଘଣ୍ଟିଆ ଡ୍ୟୁଟି କରୁଛନ୍ତି ।  ଏହା ସତ୍ତ୍ୱେ ମଧ୍ୟ ବାରମ୍ବାର ବିଦେଶୀ ପର୍ଯ୍ୟଟକ ଅନାୟସରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.