ଏଗଜିଟ ପୋଲ ଉପରେ ପ୍ରତିବନ୍ଧକ ଲଗାଇଲେ ନିର୍ବାଚନ କମିଶନ, ଏପ୍ରିଲ ୧୯ରୁ ଜୁନ୍‌ ୧ ପର୍ଯ୍ୟନ୍ତ ଏସବୁ ମନା

କୌଣସି ସମ୍ବାଦ ସରବରାହ ସଂସ୍ଥା ଏପ୍ରିଲ ୧୦ ତାରିଖ ସକାଳ ୭ରୁ ଜୁନ୍‌ ୧ ସନ୍ଧ୍ୟା ୬.୩୦ ମିନିଟ ପର୍ଯ୍ୟନ୍ତ କୌଣସି ଏଗଜିଟ ପୋଲ ଉପରେ ସମ୍ବାଦ ଦେଖାଇପାରିବେ ନାହିଁ । ଏନେଇ ନୋଟିଫିକେସନ ଜାରି କରିଛନ୍ତି ନିର୍ବାଚନ କମିଶନ ।

ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଏଗଜିଟ୍‌ ପୋଲ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କୌଣସି ସମ୍ବାଦ ସରବରାହ ସଂସ୍ଥା ଏପ୍ରିଲ ୧୦ ତାରିଖ ସକାଳ ୭ରୁ ଜୁନ୍‌ ୧ ସନ୍ଧ୍ୟା ୬.୩୦ ମିନିଟ ପର୍ଯ୍ୟନ୍ତ କୌଣସି ଏଗଜିଟ ପୋଲ ଉପରେ ସମ୍ବାଦ ଦେଖାଇପାରିବେ ନାହିଁ । ଏନେଇ ନୋଟିଫିକେସନ ଜାରି କରିଛନ୍ତି ନିର୍ବାଚନ କମିଶନ ।

ଦେଶରେ ଏକା ସମୟରେ ଲୋକସଭା ନିର୍ବାଚନ ସହ ୪ଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସମସ୍ତ ରାଜନୈତିକ ଦଳ ପ୍ରଚାର ପ୍ରସାରରେ ଲାଗି ପଡିଛନ୍ତି । ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ନିର୍ବାଚନ କମିଶନ ଏଗଜିଟ୍ ପୋଲ୍ ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ଏଣିକି ଆଉ କୌଣସି ସମ୍ବାଦ ସରବରାହ ସଂସ୍ଥା ଏଗଜିଟ୍ ପୋଲ୍ ଦେଖାଇ ପାରିବେ ନାହିଁ ।

ନିର୍ବାଚନ କମିଶନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏପ୍ରିଲ ୧୯ ତାରିଖ ସକାଳ ୭ଟାରୁ ଜୁନ୍ ୧ ତାରିଖ ସନ୍ଧ୍ୟା ସାଢେ ୬.୩୦ ମିନିଟ୍‌ ପର୍ଯ୍ୟନ୍ତ ଯେକୌଣସି ପ୍ରକାରର ଏଗଜିଟ୍ ପୋଲ୍ ଉପରେ ପ୍ରତିବନ୍ଧ ଲଗାଯାଇଛି । ଏହି ସମୟ ମଧ୍ୟରେ କୌଣସି ପ୍ରକାର ଏଗଜିଟ୍ ପୋଲ୍ ଆୟୋଜନ କରାଯାଇପାରିବ ନାହିଁ । ମତଦାନ ଲାଗି ଧାର୍ଯ୍ୟ ସମୟ ସହିତ ଶେଷ ହେବାକୁ ଥିବା ୪୮ ଘଣ୍ଟା ମଧ୍ୟରେ ବୈଦ୍ୟୁତିକ ଗଣମାଧ୍ୟମରେ କୌଣସି ଜନମତ ସର୍ଭେ କିମ୍ବା ଅନ୍ୟ କୌଣସି ନିର୍ବାଚନୀ ସର୍ଭେ ଫଳାଫଳ, ମତଦାନ ସମ୍ବନ୍ଧୀୟ ଖବର ସହିତ ଅନ୍ୟ କୌଣସି ନିର୍ବାଚନ ସାମଗ୍ରୀ ପ୍ରଦର୍ଶିତ କରିପାରିବେ ନାହିଁ ।

ଲୋକସଭା ନିର୍ବାଚନ ଛଡା ଆନ୍ଧ୍ରପଦେଶ, ଅରୁଣାଚଳ ପ୍ରଦେଶ, ଓଡିଶା, ସିକ୍କିମର ବିଧାନସଭା ନିର୍ବାଚନ ହେବ । ଏଥିପାଇଁ ୧୨ଟି ରାଜ୍ୟରେ ୨୫ ଟି ବିଧାନସଭା ସିଟ୍‌ ପାଇଁ ଅଲଗା ଅଲଗା ନିର୍ବାଚନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.