ଘଟଗାଁ : ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରି କାଠ ମାଫିଆ ଛଡ଼ାଇ ନେଲେ ଜବତ ଚୋରା କାଠ ଗାଡ଼ି

ଘଟଗାଁ (କେନ୍ୟୁଜ୍‌) : ବନ ବିଭାଗ କର୍ମଚାରୀଙ୍କ ଉପରେ କାଠ ମାଫିଆଙ୍କ ଆକ୍ରମଣ । ବନ ବିଭାଗ ଗାଡ଼ି ଭଙ୍ଗାରୁଜା କଲେ ଆଉ ଜବତ ହୋଇଥିବା କାଠ ଛଡ଼ାଇ ନେଲେ ।

କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅନ୍ତର୍ଗତ ଏନଏଚ-୨୦ ବାଲିଯୋଡି ଗ୍ରାମ ନିକଟରେ ଏହି ଘଟଣା ଘଟିଛି । ବନ ବିଭାଗ ଉପରେ କାଠ ମାଫିଆ ମାନେ ଆକ୍ରମଣ କରି ଚୋରା କାଠ ଭର୍ତ୍ତି ଗାଡିକୁ ଛଡ଼ାଇ ନେଇଛନ୍ତି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏକ ଗାଡ଼ିରେ ଚୋରାକାଠ ଚାଲାଣ କରାଯାଉଥିବା ନେଇ ବନବିଭାଗ ଖବର ପାଇଥିଲା । ସେହି ଗାଡିର ପିଛା କରି ତାକୁ ଧରିବାରେ ସଫଳ ହୋଇଥିଲା। ତେବେ ବନ କର୍ମଚାରୀ ଓ ଅଧିକାରୀମାଦେ ଚୋରା କାଠ ଗାଡିକୁ ଜବତ କରି ଆଣୁଥିବା ସମୟରେ ବାଲିଯୋଡି ନିକଟରେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା ।

ହଠାତ ୩ଟି ଗାଡ଼ିରେ କାଠ ମାଫିଆମାନେ ଆସି ବନ ବିଭାଗ କର୍ମଚାରୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏଥିସହ ବନ ବିଭାଗର ଏକ ଗାଡିକୁ ଭଙ୍ଗାରୁଜା କରିବା ପରେ ଜବତ ଚୋରା କାଠ ଗାଡିଟିକୁ ନେଇ ଫେରାର ହୋଇ ଯାଇଥିଲେ। ତେବେ ସେମାନଙ୍କୁ ରୋକବାରେ ଅସଫଳ ହୋଇଥିବା ବନ ବିଭାଗ ଏବେ ଦୃଢ଼ କାର୍ଯ୍ଯନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.