ଫ୍ରାନ୍ସର ଏକ ପାର୍କରେ ଦୁର୍ବୃତ୍ତର ଛୁରାମାଡ୍‌, ୭ ଶିଶୁ ଗୁରୁତର

ଫ୍ରାନ୍ସର ଦକ୍ଷିଣ-ପୂର୍ବ ଏନେସୀ ହ୍ରଦ ପାଖରେ ଥିବା ଏକ ପାର୍କରେ ଶିଶୁଙ୍କ ଉପରେ ଛୁରାରେ ଆକ୍ରମଣ ହୋଇଛି । ବିବିସି ରିପୋର୍ଟ ଅନୁସାରେ ଏହି ଘଟଣା ସମ୍ପର୍କରେ ନିଜେ ଫ୍ରାନ୍ସ ଗୃହ ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହି ଆକ୍ରମଣରେ ୮ ଜଣ ଶିଶୁଙ୍କ ସହ ମୋଟ ୯ ଜଣ ଆହତ ହୋଇଛନ୍ତି ।

ଫ୍ରାନ୍ସ : ଫ୍ରାନ୍ସର ଦକ୍ଷିଣ-ପୂର୍ବ ଏନେସୀ ହ୍ରଦ ପାଖରେ ଥିବା ଏକ ପାର୍କରେ ଶିଶୁଙ୍କ ଉପରେ ଛୁରାରେ ଆକ୍ରମଣ ହୋଇଛି । ବିବିସି ରିପୋର୍ଟ ଅନୁସାରେ ଏହି ଘଟଣା ସମ୍ପର୍କରେ ନିଜେ ଫ୍ରାନ୍ସ ଗୃହ ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହି ଆକ୍ରମଣରେ ୮ ଜଣ ଶିଶୁଙ୍କ ସହ ମୋଟ ୯ ଜଣ ଆହତ ହୋଇଛନ୍ତି ।

ଗୁରୁବାର ସକାଳ ପ୍ରାୟ ୧୦ ଟା ପାଖାପାଖି ଏହି ଘଟଣା ଘଟିଥିଲା । ଶିଶୁଙ୍କ ଉପରେ ଆକ୍ରମଣ କରିଥିବା ଦୁର୍ବୃତ୍ତକୁ ପୁଲିସ ଗିରଫ କରିଛି । ଦୁର୍ବୃତ୍ତ ଜଣକ ସିରିଆର ଏକ ଶରଣାର୍ଥୀ ବୋଲି ଜଣାଯାଇଛି । ଛୁରା ମାଡ ଘଟଣାର ତଦନ୍ତ ଜାରି ରହିଛି । କ’ଣ ପାଇଁ ଶରଣାର୍ଥୀ ଏପରି କାର୍ଯ୍ୟ କଲା ତା’ର ତଦନ୍ତ ଜାରି ରହିଛି । ପରିସ୍ଥିତିର ଗମ୍ଭୀରତକୁ ଦେଖି ଘଟଣାସ୍ଥଳରେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ଣ୍ଣ ପହଞ୍ଚିଛନ୍ତି ।

ଆହତ ହୋଇଥିବା ସମସ୍ତ ଶିଶୁମାନଙ୍କର ବୟସ ୩ ବର୍ଷ ଭିତରେ ହେବ ବୋଲି ଜଣାଯାଇଛି । ଏମାନଙ୍କ ମଧ୍ୟରୁ ୨ ଜଣ ଶିଶୁଙ୍କ ଅବସ୍ଥା ଗମ୍ଭୀର ଥିବା ଜଣାଯାଇଛି । ଶିଶୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଫ୍ରାନ୍ସ ବିଧାନସଭାରେ ୧ ମିନିଟ ନୀରବ ରଖାଯାଇଥିଲା । ରାଷ୍ଟ୍ରପତି ଇମାନୁଏଲ ମାକାରନ ଏହାକୁ କାପୁରୁଷ କାର୍ଯ୍ୟ ବୋଲି କହିଛନ୍ତି । ସାରା ଦେଶ ଏହି ଘଟଣାରେ ସ୍ତବ୍ଧ ପାଲଟିଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.