ଚର୍ଚ୍ଚିତ ୟୁଟ୍ୟୁବର ମୋନାଲିସା ଭଦ୍ରଙ୍କ ଘର ଉପରେ ବନ ବିଭାଗର ଚଢ଼ାଉ

ଚର୍ଚ୍ଚିତ ୟୁଟ୍ୟୁବର ମୋନାଲିସା ଭଦ୍ରଙ୍କ ଘର ଉପରେ ଏବେ ଚଢ଼ାଉ କରିଛି ବନ ବିଭାଗ । ବନ୍ୟ ଆଇନ ଉଲଂଘନ କରିବା ଅଭିଯୋଗରେ ବନ ବିଭାଗର ଦୁଇଟି ଟିମ ପକ୍ଷରୁ ଯାଜପୁର ବ୍ଲକ ଜହଳ ଗାଁ ସ୍ଥିତ ତାଙ୍କ ବାସଭବନ ଉପରେ ଚଢ଼ାଉ କରାଯାଇଛି ।

ଯାଜପୁର ଟାଉନ (କେନ୍ୟୁଜ): ପୁଣି ଚର୍ଚ୍ଚାରେ ୟୁଟ୍ୟୁବର ମୋନାଲିସା ଭଦ୍ର । ଦିନେ ଶାଢ଼ି ପିନ୍ଧି ଘୋଡା ଚଢ଼ିବା ଠାରୁ ଆରମ୍ଭ କରି ବୁଲେଟ,ବସ ଓ ଟ୍ରକ ଚଳାଇ ଇଂଟରନେଟ ସେନସେସନ ପାଲଟିଥିଲେ ମୋନାଲିସା ଭଦ୍ର । ଖାଲି ସେତିକି ନୁହେଁ ମାଙ୍କଡ଼ଙ୍କୁ ଖାଇବାକୁ ଦେବା, ସେମାନଙ୍କ ଯତ୍ନ ନେବା ଭଳି ଅନେକ ଭିଡିଓ ଓ ଫଟୋ ଉତ୍ତୋଳନ କରି ସେ ସୋସିଆଲ୍ ମିଡିଆରେ ଛାଡିଥାନ୍ତି । ଯାହାକୁ କିଛି ଲୋକ ପ୍ରଶଂସା କରିଥାନ୍ତି ତ କିଛି ନାପସନ୍ଦ କରିଥାନ୍ତି । ତେବେ ସେ ଦୈନିକ କିଛିନା କିଛି ଭିଡିଓ ଛାଡ଼ିଚାଲିଥାନ୍ତି।

ତେବେ ଏହି ଚର୍ଚ୍ଚିତ ୟୁଟ୍ୟୁବର ମୋନାଲିସା ଭଦ୍ରଙ୍କ ଘର ଉପରେ ଏବେ ଚଢ଼ାଉ କରିଛି ବନ ବିଭାଗ । ବନ୍ୟ ଆଇନ ଉଲଂଘନ କରିବା ଅଭିଯୋଗରେ ବନ ବିଭାଗର ଦୁଇଟି ଟିମ ପକ୍ଷରୁ ଯାଜପୁର ବ୍ଲକ ଜହଳ ଗାଁ ସ୍ଥିତ ତାଙ୍କ ବାସଭବନ ଉପରେ ଚଢ଼ାଉ କରାଯାଇଛି । ବନ୍ୟ ଜନ୍ତୁ ରଖିବା ସହିତ ସେମାନଙ୍କ ସହିତ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ଭଳି ସଙ୍ଗିନ ଅଭିଯୋଗ ଉଭୟ ମୋନାଲିସା ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ରହିଛି ।

ଏପଟେ ବନ ବିଭାଗ ପକ୍ଷରୁ ଚଢ଼ାଉ ନେଇ ପୂର୍ବରୁ ଖବର ପାଇ ଉଭୟ ସ୍ୱାମୀ ଓ ସ୍ତ୍ରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡଇଛି । ତେବେ ସେମାନଙ୍କ ବିରୋଧରେ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି ।ତେବେ ନିଜ ଅଞ୍ଚଳର ମାଙ୍କଡ଼ଙ୍କୁ ଦୈନିକ ଖାଇବାକୁ ଦେବା ସହ ସେବା ଓ ସୁରକ୍ଷା ଯୋଗାଇ ଆସୁଥିଲେ ମୋନାଲିସା । ବହୁ ମାଙ୍କଡ଼ ମଧ୍ୟ ତାଙ୍କ ଘରେ ସଦସ୍ୟ ଭାବେ ଅବାଧରେ ଚଳପ୍ରଚଳ କରୁଥିବା .ଦେଖାଯାଇଛି । ସେ ଗାଡ଼ିରେ ଗଲାମାତ୍ରେ ତାଙ୍କୁ ମାଙ୍କଡ଼ପଲ ଘେରି ଯାଇଥାନ୍ତି । ପଶୁପକ୍ଷୀଙ୍କୁ ଭଲ ପାଇବା ଓ ଏହାକୁ ନେଇ ଭିଡିଓ ପ୍ରସ୍ତୁତ କରିବା ଏହି ଦମ୍ପତିଙ୍କ ନିଶା ଓ ପେସା ପାଲଟିଛି ।

ତେବେ ଗତକିଛି ଦିନ ତଳେ ବନ୍ୟପ୍ରାଣୀଙ୍କ ସହ ଫଟୋଗ୍ରାଫ ଓ ସେଲ୍ଫି ପୋଷ୍ଟିଂ ଉପରେ ରୋକ୍ ଲାଗିଥିଲା । ଧରା ପଡ଼ିଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୁହାଯାଇଥିଲା । ସୋସିଆଲ ମିଡିଆରେ ଏଭଳି ଫଟୋଗ୍ରାଫ ଓ ସେଲଫି ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାଯିବା ସହିତ ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସବୁ ଡିଏଫଓଙ୍କୁ ଚିଠି ଲେଖି ଜଣାଇଥିଲେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.