ଜେଲରୁ ମୁକୁଳି ଏଲଭିଶ ଯାଦବ ସେୟାର କଲେ ପ୍ରଥମ ଫଟୋ, ଭାଇରାଲ ହେଉଛି ପୋଷ୍ଟ 

ବର୍ତ୍ତମାନ ସାପ ବିଷ ମାମଲାରେ ଏଲଭିଶଙ୍କୁ ଜାମିନ ମିଳିଛି । ସାପ ବିଷ କିଣିବା ଓ ବିକିବା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ଏଥି ସହିତ ଗିରଫ ହେବାର ୫ ଦିନ ପରେ ବକ୍ସାର ଜେଲରୁ ବାହାରିବା ପରେ ଏଲଭିଶ ଯାଦବ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଜେଲରୁ ବାହାରିବା ପରେ ଏଲଭିଶ ଯାଦବ ସୋସିଆଲ ମିଡିଆରେ ତାଙ୍କର ଫାଷ୍ଟ ପୋଷ୍ଟ ସେୟାର କରିଛନ୍ତି ।

ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କୁ ଜାମିନ ମିଳିଛି । ତେବେ ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶଙ୍କ ଜାମିନ ଶୁଣାଣି NDPS ର ନିମ୍ନ ଅଦାଲତରେ କରାଯାଇଥଇଲା । ୫୦-୫୦ ହଜାର ଟଙ୍କା ଜାମିନ ବଣ୍ଡରେ ଏଲଭିଶଙ୍କୁ କୋର୍ଟରୁ ଜାମିନ ମିଳିଛି । ବର୍ତ୍ତମାନ ସାପ ବିଷ ମାମଲାରେ ଏଲଭିଶଙ୍କୁ ଜାମିନ ମିଳିଛି । ସାପ ବିଷ କିଣିବା ଓ ବିକିବା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ଏଥି ସହିତ ଗିରଫ ହେବାର ୫ ଦିନ ପରେ ବକ୍ସାର ଜେଲରୁ ବାହାରିବା ପରେ ଏଲଭିଶ ଯାଦବ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଜେଲରୁ ବାହାରିବା ପରେ ଏଲଭିଶ ଯାଦବ ସୋସିଆଲ ମିଡିଆରେ ତାଙ୍କର ଫାଷ୍ଟ ପୋଷ୍ଟ ସେୟାର କରିଛନ୍ତି । ଯାହାପରେ ଏଲଭିଶଙ୍କ ଫ୍ୟାନ୍ସ ବହୁତ ଖୁସି ହୋଇଛନ୍ତି ଏବଂ ଏହା ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

 

ଜେଲରୁ ମୁକୁଳିବା ପରେ ଏଲଭିଶ ତାଙ୍କର ଫାଷ୍ଟ ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ ସେ ଲଗ୍‌ଜରୀ କାର ମଝିରେ ଠିଆ ହୋଇଛନ୍ତି । ତେବେ ଏହି ସମୟରେ ସେ କଳା କଲରର ସ୍ଲିଭଲେସ୍ ଜ୍ୟାକେଟ୍ ଏବଂ ନୀଳ ଡେନିମ୍ ଜିନ୍ସ ସହିତ ଧଳା ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ଏହି ପୋଷ୍ଟରେ ‘ବିଗ୍ ବସ୍ ୧୭’ ର ଫ୍ରେମ୍‌ ଅଭିଷେକ ଡୋଭାଲ ଲେଖିଛନ୍ତି,‘ଭାଇ ଆପଣଙ୍କୁ ଦେଖି ବହୁତ ଖୁସି’, ଏପରି ଭାବେ କିଛି ଫ୍ୟାନ୍ସ ‘କିଙ୍ଗ ଇଜ୍‌ ବ୍ୟକ୍‌’ ଲେଖିଛନ୍ତି । ଏହାର ବିଶେଷ କଥା ହେଉଛି ଏଲଭିଶ ଯାଦବଙ୍କ ଫଟୋ ନୁହେଁ ବରଂ ତାଙ୍କ କ୍ୟାପସନ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ।

 

ନିଜ ଇନ୍‌ଷ୍ଟାଗ୍ରମ୍‌ରେ ଫଟୋ ସେୟାର କରିବାବେଳେ ଏଲଭିଶ ଯାଦବ କ୍ୟାପସନ ଲେଖିଛନ୍ତି, ‘ସମୟ ଦେଖାଯାଏ ନୁହେଁ କିନ୍ତୁ ଅନେକ କିଛି ଦେଖାଇ ଦେଇ ଯାଏ’ । ଏହା ବ୍ୟତୀତ ଏଲଭିଶ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ଫ୍ୟାନ୍ସଙ୍କୁ ଥମ୍ସ ଅଫ୍‌ କରୁଥିବାର ନଜର ଆସିଛନ୍ତି । ତେବେ ସାପ ବିଷାକ୍ତ ମାମଲାରେ ବିଗ୍ ବସ୍ ଓଟିଟି ୨ ବିଜେତାଙ୍କୁ ନୋଏଡା ପୋଲିସ ଗିରଫ କରିଥିଲା । ନଭେମ୍ବରରେ ଖବର ଆସିଥିଲା ଯେ ନୋଏଡା ପୋଲିସ ସେକ୍ଟର ୪୯ରେ ଏଲଭିଶ ଯାଦବଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରିଥିଲା । ଏହା ପରେ ଜାଞ୍ଚରେ ୫ଟି କୋବ୍ରା ସାପ ଉଦ୍ଧାର କରାଯାଇଥିଲା । ତେବେ ଏହାର ପରବର୍ତ୍ତୀ ଜାଞ୍ଚରେ ଗିରଫ ହୋଇଥିବା ଲୋକମାନେ ଏଲଭିଶଙ୍କ ନାମ ନେଇଥିଲେ । ଏନେଇ ସାପ ବିଷ ଚୋରା ଚାଲାଣ ମାମଲାରେ ଗତ ୫ଦିନ ଧରି ଗୌତମ ବୁଦ୍ଧ ନାଗରର ବକ୍ସର ଜେଲରେ ଏଲଭିଶ ଯାଦବଙ୍କୁ ରଖାଯାଇଥିଲା । ମାର୍ଚ୍ଚ ୧୭ରେ ଏଲଭିଶଙ୍କୁ ଅନ୍ୟ ପାଞ୍ଚ ଜଣ ଲୋକଙ୍କ ସହ ପୋଲିସ ଗିରଫ କରିଥିଲା । କିନ୍ତୁ ମାର୍ଚ୍ଚ ୨୨ରେ ତାଙ୍କୁ ଏହି ମାମାଲ ପାଇଁ ଜାମିନ ମିଳିଛି ।

 

View this post on Instagram

 

A post shared by Elvish Raosahab (@elvish_yadav)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.