କାହିଁକି ଆଖି ମଳନ୍ତି ଶିଶୁ, ବୈଜ୍ଞାନିକ ଦେଲେ ଆଶ୍ଚର୍ଯ୍ୟ ଉତ୍ତର

ଆପଣ କେବେ ଭାବିଛନ୍ତି କି ପିଲାଙ୍କୁ ନିଦ ଆସିବା କ୍ଷଣି ସେମାନେ କାହିଁକି ଆଖିକୁ ଏମିତି ମଳିବା ଆରମ୍ଭ କରନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଜଣାଇବୁ । ବୈଜ୍ଞାନିକମାନେ ଏହାକୁ ନେଇ ଏକ ରିସର୍ଚ୍ଚ କରିଥିଲେ, ଯେଉଁଥିରେ ସେ ଏକ ଆଶ୍ଚର୍ଯ୍ୟ ଉତ୍ତର ବାହାର କରିଛନ୍ତି ।

ଛୋଟ ପିଲା ମାନେ ଆଖି ମଳୁଥିବାର ଆପଣମାନେ ଅନେକ ଥର ଦେଖିଥିବେ । ଯେତେବେଳେ ଶିଶୁମାନେ ଆଖି ମଳିବା ଆରମ୍ଭ କରନ୍ତି ଆପଣ ବୁଝି ପାରନ୍ତି ଯେ ଶିଶୁର ଶୋଇବା ସମୟ ହୋଇଗଲାଣି । ଶିଶୁକୁ ଥକ୍କା ଲାଗିଲାଣି । କିନ୍ତୁ ଆପଣ କେବେ ଭାବିଛନ୍ତି କି ପିଲାଙ୍କୁ ନିଦ ଆସିବା କ୍ଷଣି ସେମାନେ କାହିଁକି ଆଖିକୁ ଏମିତି ମଳିବା ଆରମ୍ଭ କରନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଜଣାଇବୁ । ବୈଜ୍ଞାନିକମାନେ ଏହାକୁ ନେଇ ଏକ ରିସର୍ଚ୍ଚ କରିଥିଲେ, ଯେଉଁଥିରେ ସେ ଏକ ଆଶ୍ଚର୍ଯ୍ୟ ଉତ୍ତର ବାହାର କରିଛନ୍ତି ।

କାଲିଫର୍ନିଆ ୟୁନିଭର୍ସିଟିର ଆସୋସିଏଟ୍ ପ୍ରଫେସର ଡକ୍ଟର ରେବିକା ଡୁଡୋଭିଟଜ୍ କହିଛନ୍ତି ଯେ ଦୁର୍ଭାଗ୍ୟବଶତଃ ଆମେ ପିଲାଙ୍କୁ ଆଖି ମଳିବା ବିଷୟରେ ପଚାରି ପାରିବୁ ନାହିଁ। କିନ୍ତୁ ଆମେ ଅନୁଭବ କରିପାରିବା ଯେ ଯେତେବେଳେ ସେମାନେ ଥକ୍କା ଅନୁଭବ କରନ୍ତି ସେମାନେ ଆଖି ଘଷିବା ଆରମ୍ଭ କରନ୍ତି । ଯେତେବେଳେ ସେମାନେ ଆଖି ମଳିବା ଆରମ୍ଭ କରନ୍ତି ସେତେବେଳେ ଆଖିର ମାଂସପେଶୀ ଶରୀରକୁ ସୂଚାଇ ଥାଏ ଯେ ଏବେ ଶୋଇବା ସମୟ । ଯେପରି ଆମେ ଦିନସାରା ଗୋଟିଏ ଡେସ୍କରେ ବସିବା ପରେ ଆମ କାନ୍ଧକୁ ମସାଜ୍ ର ଆବଶ୍ୟକତା ଥାଏ ଠିକ୍‌ ସେହିପରି ଛୋଟ ପିଲାଙ୍କ ଆଖିରେ ଥିବା ମାଂସପେଶୀକୁ ମଧ୍ୟ ମସାଜ୍‌ର ଆବଶ୍ୟକତା ଥାଏ ।

ପିଲାମାନେ ଅଧିକାଂଶ ସମୟ ସେମାନଙ୍କ ଚାରିପାଖରେ ଥିବା ବସ୍ତୁଗୁଡ଼ିକ ଦେଖିବାରେ ବିତାଇଥାନ୍ତି । ସେଥିପାଇଁ ସେମାନଙ୍କ ଆଖି ଥକି ଯାଏ । ଏପରିକି ଦେଖିବା ଦ୍ୱାରା ଆଖି ଶୁଖିଯାଏ । ବୟସ୍କ ଲୋକମାନଙ୍କ ତୁଳନାରେ ପିଲାମାନେ ଏକ ମିନିଟରେ ମାତ୍ର ଅଳ୍ପ ଥର ପାଇଁ ପଲକ ପକାଇଥାନ୍ତି ତେଣୁ ସେମାନଙ୍କର ଆଖି ଶୀଘ୍ର ଶୁଖିଯାଏ । ବାରମ୍ବାର ପଲକ ପକାଇବା ଦ୍ୱାରା ଲୁହର ଏକ ସ୍ତର ବାହାରକୁ ଆସେ, ଯାହା ମାଂସପେଶୀକୁ ନରମ ରଖେ । କିନ୍ତୁ ପିଲାମାନେ ଆଖି ପଲକ ଅଧିକ ଥର ପକାଇ ନଥାନ୍ତି, ତେଣୁ ସେମାନଙ୍କ ଆଖି ଶୁଖିଯାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଆଖିରେ ମାଂଶପେଶୀ ଟାଣି ହୋଇଥାଏ । ତେଣୁ କୁନି କୁନି ପିଲାମାନେ ବାରମ୍ବାର ଆଖିକୁ ରଗଡ଼ି ଥାଆନ୍ତି ।

କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଖିକୁ ଘଷିବା ପିଲାମାନଙ୍କ ପାଇଁ ଭଲ ନୁହେଁ । ଆଖିକୁ ବାରମ୍ବାର ମଳିବା ଦ୍ୱାରା ସେମାନଙ୍କ ଦୃଷ୍ଟି ଶକ୍ତିରେ ସମସ୍ୟା ସୃଷ୍ଟି ହୋଇପାରେ । ବୈଜ୍ଞାନିକଙ୍କ ଅନୁଯାୟୀ ଯେତେବେଳେ ଛୋଟ ଛୁଆଙ୍କ ଆଖିର ମାଂସପେଶୀ ଥକିଯାଏ, ସେତେବେଳେ ସେମାନେ ଆଖି ମଳିବାକୁ ଭଲ ପାଆନ୍ତି । ତେବେ ଏହାର କାରଣ ହେଉଛି ଆଖି ମଳିବା ଦ୍ୱାରା ଟ୍ରାଇଗେମିନାଲ୍ ଏବଂ ଭାଗସ୍ ଭଳି ସ୍ନାୟୁ ଉତ୍ତେଜିତ ହୁଏ, ଯେଉଁ କାରଣରୁ ସେଠାରେ ରକ୍ତଚାପ କମିଯାଏ । ଏହି ପ୍ରକ୍ରିୟା ମସ୍ତିଷ୍କରୁ ଆଖି ପର୍ଯ୍ୟନ୍ତ ଏବଂ ମସ୍ତିଷ୍କରୁ ସମଗ୍ର ଶରୀର ପର୍ଯ୍ୟନ୍ତ ଚାଲିଥାଏ । ଅର୍ଥାତ ପିଲାମାନଙ୍କ ଆଖି କ୍ଳାନ୍ତ ଏବଂ ଶୁଖିଲା ହେବା ପରେ ହିଁ ସେମାନେ ଆଖି ମଳିବା ଆରମ୍ଭ କରନ୍ତି ଏବଂ ଶୋଇବା ପାଇଁ ପ୍ରସ୍ତୁତ ହୁଅନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.