Below header

ଧରାପଡିଲା ଆତଙ୍କ ଖେଳାଇଥିବା ଭାଲୁ, ଆନନ୍ଦପୁର ବିନବିଭାଗର ଏକ ସ୍ୱତନ୍ତ୍ର ଟିମ୍ କାବୁ କରିବାରେ ହେଲା ସଫଳ‌

ଆନନ୍ଦପୁର: ଧରାପଡିଲା ଆତଙ୍କ ଖେଳାଇଥିବା ଭାଲୁ। ଆନନ୍ଦପୁର ବିନବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ଭାଲୁଟିକୁ କାବୁ କରିଛି। ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ଅଂଚଳରେ ଥିବା ପୁରୁଣାବାନ୍ଧଗୋଡ଼ା ଗାଁରେ ଏକ ଭାଲୁ ପଶିଆସିଥିଲା। ଗତକାଲି ଦ୍ୱିପହରରେ ଭାଲୁଟିକୁ ସ୍ଥାନୀୟ ଲୋକେ ଦେଖିବା ପରେ ଭୟର ବାତାବରଣ ସୃଷ୍ଟି ହେଇଥିଲା।

ବନ ବିଭାଗ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଭାଲୁକୁ ଘଉଡାଇବାକୁ ଚେଷ୍ଟା କଲେ। କିନ୍ତୁ ଭାଲୁଟି ଅଧିକ ହିଂସ୍ର ହୋଇ ପଡିଥିଲା। ସ୍ଥାନୀୟ ଫରେଷ୍ଟରଙ୍କ ଗାଡ଼ିକୁ କାମୁଡି ଖିନଭିନ କରି ଦେବା ପରେ ଟାଣି ଟାଣି ଜଙ୍ଗଲ ଭିତରକୁ ନେଇ ଯାଇଥିଲା। ଜଙ୍ଗଲ ବିଭାଗ କର୍ମଚାରୀ ଭାଲୁ ଉପରେ ନଜର ରଖିବାକୁ ପୁରୁଣାବାନ୍ଧଗୋଡର ନଣ୍ଡାବର ରାସ୍ତାକୁ ସିଲ୍‌ କରି ସ୍ଥାନସ୍ଥାନେ ନିଆଁ ଲଗାଇ ଜଗି ରହିଥିଲେ। ବନ ବିଭାଗ କର୍ମଚାରୀଙ୍କ ଦ୍ୱାରା ରାତିରେ ପାଟ୍ରୋଲିଂ ମଧ୍ୟ କରାଯାଇଥିଲା। ଆଜି ଭାଲୁକୁ କାବୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.